ଟୁଙ୍ଗଲେଇସାହିରେ ନକଆଉଟ ଫୁଟବଲ ଟୁର୍ନାମେଣ୍ଟ-୨୦୨୫ ଅନୁଷ୍ଠିତ
ଚମ୍ପୁଆ, ୨୨ ସେପ୍ଟେମ୍ବର (ହି.ସ.)- ଚମ୍ପୁଆ ବ୍ଲକ ରଜିଆ ପଞ୍ଚାୟତ ଅନ୍ତର୍ଗତ ବସାସାହି ବି. ଏମ. ଟି କ୍ଲବ ଆନୁକୂଲ୍ୟରେ ଚତୁର୍ଥ ବର୍ଷ ନକଆଉଟ ଫୁଟବଲ ଟୁର୍ନାମେଣ୍ଟ-୨୦୨୫ ଟୁଙ୍ଗଲେଇସାହି ଖେଳ ପଡିଆ ଠାରେ ଅନୁଷ୍ଠିତ ହୋଇଯାଇଛି ​। ତିନି ଦିନ ଧରି ଅନୁଷ୍ଠିତ ଏହି ଖେଳର ଉଦଯାପନୀ ଦିବସରେ ମୁଖ୍ୟ ଅତିଥି ଭାବ
ମୁଖ୍ୟଅତିଥିଙ୍କ ସହିତ ଖେଳାଳି


ଚମ୍ପୁଆ, ୨୨ ସେପ୍ଟେମ୍ବର (ହି.ସ.)- ଚମ୍ପୁଆ ବ୍ଲକ ରଜିଆ ପଞ୍ଚାୟତ ଅନ୍ତର୍ଗତ ବସାସାହି ବି. ଏମ. ଟି କ୍ଲବ ଆନୁକୂଲ୍ୟରେ ଚତୁର୍ଥ ବର୍ଷ ନକଆଉଟ ଫୁଟବଲ ଟୁର୍ନାମେଣ୍ଟ-୨୦୨୫ ଟୁଙ୍ଗଲେଇସାହି ଖେଳ ପଡିଆ ଠାରେ ଅନୁଷ୍ଠିତ ହୋଇଯାଇଛି ​। ତିନି ଦିନ ଧରି ଅନୁଷ୍ଠିତ ଏହି ଖେଳର ଉଦଯାପନୀ ଦିବସରେ ମୁଖ୍ୟ ଅତିଥି ଭାବେ ଚମ୍ପୁଆ ଅଞ୍ଚଳର ଲୋକପ୍ରିୟ ବିଶିଷ୍ଠ ସମାଜସେବୀ ଶ୍ରୀମନ୍ତ କୁମାର ତ୍ରିପାଠୀଙ୍କ ସହ ବରିଷ୍ଠ ଆଇନଜୀବି ରମେଶ ଚନ୍ଦ୍ର ପ୍ରଧାନ, ସୁଧୀର କୁମାର ସର୍ଦାର, ପହିଲି ନାଏକ, ନରୋତ୍ତମ ମହାନ୍ତ, ପୂର୍ବତନ ସରପଞ୍ଚ ରାଜେନ୍ଦ୍ର ସାୟାଁ ଓ ଜର୍ମାନୀ ମହାନ୍ତ ପ୍ରମୁଖ ଯୋଗଦେଇଥିଲେ। ତିନିଦିନ ଧରି ଅନୁଷ୍ଠିତ ଏହି ଖେଳ କାର୍ଯ୍ୟକ୍ରମକୁ କମିଟି ସଦସ୍ୟ ଶ୍ରୀକାନ୍ତ ମହାକୁଡ଼, ବହାଦୁର ମହାକୁଡ଼, ରାମରାୟ ମୁଣ୍ଡା, ମହାବୀର ସିଂ ଲାଗୁରୀ, ଦୀପକ ସାୟାଁ, ପୂର୍ଣ୍ଣଚନ୍ଦ୍ର ମହାକୁଡ଼ ଓ ରାଜେଶ ସାୟାଁ ପ୍ରମୁଖ ପରିଚାଳନା କରିଥିଲେ। ପ୍ରଥମେ ଅତିଥି ମାନଙ୍କୁ ଗ୍ରାମର ମହିଳା ଓ ଜନ ସାଧାରଣ ସ୍ବାଗତ ବନ୍ଦାପନା କରି ମଞ୍ଚକୁ ପାଛୋଟି ଆଣିଥିଲେ। ଶ୍ରୀ ତ୍ରିପାଠୀ ତାଙ୍କ ଅଭିଭାଷଣରେ ଗ୍ରାମାଞ୍ଚଳ ଖେଳାଳୀ ମାନଙ୍କ କ୍ରୀଡା ପ୍ରତିଭାର ବିକାଶରେ ଭିତ୍ତିଭୂମିର ସୁଦୃଢ଼ୀକରଣ ଓ ପ୍ରୋତ୍ସାହନ ଉପରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ରାଜ୍ୟ ସରକାର କ୍ରୀଡାକୁ ଗୁରୁତ୍ୱ ଦେବା ସହିତ ବିଜେପି ସରକାର ଖେଳ ପଡିଆର ଉନ୍ନତିକରଣ ଉପରେ ଧ୍ୟାନ ଦେଇ କ୍ରୀଡା ପ୍ରତିଭାକୁ ଉପଯୁକ୍ତ ଯଥା ସମ୍ମାନ ଦେଉଥିବା ଉଲ୍ଲେଖ କରିଥିଲେ।

ଖେଳକୁ ରେଫ୍ରି ଭାବେ ଏମ.ଡି ହାଲିମ, ଶଙ୍କର ନାୟକ, ସନ୍ତୋଷ କୁମାର ମହାକୁଡ଼ ଓ ଯୋଗେନ୍ଦ୍ର ମାଝୀ ଖେଳ ପରିଚାଳନା କରିଥିଲେ। ଏହି ଟୁର୍ନାମେଣ୍ଟରେ ଆଖ ପାଖ ଜ଼ିଲ୍ଲାରୁ ପ୍ରାୟ ୩୨ଟି ଟିମ ଅଂଶଗ୍ରହଣ କରିଥିଲେ। ଫାଇନାଲ ମ୍ୟାଚ ଆଦିତ୍ୟ ଇଲେଭେନ କଇଁତା ଓ ପଙ୍କଜ ଇଲେଭେନ ଧୂବଲାବେଡା ମଧ୍ୟରେ ଖୁବ ରୋମାଞ୍ଚକର ଖେଳ ଦେଖିବାକୁ ମିଳିଥିଲା। ଦୁଇଟି ଯାକ ଟିମର ଗୋଲ ସଂଖ୍ୟା ସମାନ ହୋଇଥିବାରୁ ପେନାଲଟି ମାଧ୍ୟମରେ ଆଦିତ୍ୟ ଇଲେଭେନ କଇଁତା ବିଜୟ ହୋଇଥିଲା। ବିଜେତା ଟିମ ମାନଙ୍କ ପାଇଁ ପ୍ରଥମ ପୁରସ୍କାର ୩୦,୦୦୦ ଟଙ୍କା, ଦ୍ୱିତୀୟ ପୁରସ୍କାର ୨୦,୦୦୦ ଟଙ୍କା ଏବଂ ତୃତୀୟ ଓ ଚତୁର୍ଥ ପୁରସ୍କାର ୧୦,୦୦୦ ହଜାର ଲେଖାଏଁ ଦୁଇ ଟିମକୁ ଅତିଥି ମାନଙ୍କ ଦ୍ୱାରା ପ୍ରଦାନ କରାଯାଇଥିଲା। ଏହି ଖେଳକୁ ଉପଭୋଗ କରିବା ପାଇଁ ଦୂର ଦୁରାନ୍ତରୁ ବହୁ ସଂଖ୍ୟାରେ ଫୁଟବଲ ପ୍ରେମୀ ଭିଡ଼ ଜମାଇଥିବା ଦେଖିବାକୁ ମିଳିଥିଲା।

ହିନ୍ଦୁସ୍ଥାନ ସମାଚାର / Trinath Mahanta


 rajesh pande