ଜ୍ଞାନକେନ୍ଦ୍ର ସ୍ତରୀୟ ପୋଷଣମାହ କାର୍ଯ୍ୟକ୍ରମ
ଗଞାମ, ୨୨ ସେପ୍ଟେମ୍ବର (ହି.ସ.)- ଶେରଗଡ଼ ବ୍ଲକ ପିତ୍ତଳ ପଞ୍ଚାୟତର ପିତ୍ତଳ ପ୍ରଥମ ଅଙ୍ଗନବାଡ଼ି କେନ୍ଦ୍ରରେ ପିତ୍ତଳ ଜ୍ଞାନକେନ୍ଦ୍ର ସ୍ତରୀୟ ପୋଷଣମାହ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମକୁ ୱ।ଡ଼ ସଭ୍ୟା ଶାନ୍ତିଲତା ପାଢି ପ୍ରଦୀପ ପ୍ରଜ୍ଜ୍ୱଳନ କରି ଉଦଘାଟନ କରିଥିଲେ। ଅଞ୍ଚଳ ପରିଦର
ଜ୍ଞାନ କେନ୍ଦ୍ର


ଜ୍ଞାନକେନ୍ଦ୍ର ସ୍ତରୀୟ ପୋଷଣମାହ କାର୍ଯ୍ୟକ୍ରମ


ଗଞାମ, ୨୨ ସେପ୍ଟେମ୍ବର (ହି.ସ.)- ଶେରଗଡ଼ ବ୍ଲକ ପିତ୍ତଳ ପଞ୍ଚାୟତର ପିତ୍ତଳ ପ୍ରଥମ ଅଙ୍ଗନବାଡ଼ି କେନ୍ଦ୍ରରେ ପିତ୍ତଳ ଜ୍ଞାନକେନ୍ଦ୍ର ସ୍ତରୀୟ ପୋଷଣମାହ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମକୁ ୱ।ଡ଼ ସଭ୍ୟା ଶାନ୍ତିଲତା ପାଢି ପ୍ରଦୀପ ପ୍ରଜ୍ଜ୍ୱଳନ କରି ଉଦଘାଟନ କରିଥିଲେ। ଅଞ୍ଚଳ ପରିଦର୍ଶିକା ସଞ୍ଜୁକ୍ତା ପ୍ରଧାନ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଓ ଆଭିମୁଖ୍ୟ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ। ଆଦ୍ୟ ଶୈଶବର ଯତ୍ନ, ଆବଶ୍ୟକ ପୋଷଣଯୁକ୍ତ ଖାଦ୍ୟ, ପରିଷ୍କାର ପରିଚ୍ଛନ୍ନତା ଉପରେ ଗୁରୁତ୍ବ ଦେଇ ସୁସ୍ଥ ବାଳକ, ବାଳିକା ଦୁଇ ଜଣଙ୍କୁ ପୁରସ୍କୃତ କରିଥିଲେ। ଏତଦ୍ ବ୍ୟତୀତ ଗୋଦଭରାୟି, ଅନ୍ନ ପ୍ରଶ୍ନ, ମୋ ଗେହ୍ଲା ଝିଅ, ବେଟି ବଚାଅ ବେଟି ପଢାଅ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। କର୍ମୀ ମାନଙ୍କ ଦ୍ଵାରା ପ୍ରସ୍ତୁତ ବିଭିନ୍ନ ପ୍ରକାର ଖାଦ୍ୟଶସ୍ୟ, ଖାଦ୍ୟ ସାମଗ୍ରୀ ଓ ପନିପରିବା ପ୍ରଦର୍ଶନ କରାଯାଇଥିଲା।

ଏହି କାର୍ଯ୍ୟକ୍ରମରେ ସ୍ଵାସ୍ଥ୍ୟ କର୍ମୀ ସରିତା ପଣ୍ଡା, ୱ।ଡ ସଭ୍ୟା ସୁଦେଷ୍ଣା ପଟ୍ଟନାୟକ, ଅଙ୍ଗନବାଡ଼ି କର୍ମୀ କାଦମ୍ବରୀ ନାୟକ, ଗିତାଞଳୀ ନାୟକ, ବବିତା ପାତ୍ର, ସନ୍ଧ୍ୟା ରାଣୀ ଦାଶ, ବାସନ୍ତୁ ସାହୁ, ନମିତା ବେହେରା, ଏ ସୁଜାତା ପାତ୍ର, ବିଷ୍ଣୁ ପ୍ରିୟା ପୃଷ୍ଟି, ସନ୍ତୋଷିନୀ ବେହେରା, ଯାଞ୍ଚ କମିଟି ସଭ୍ୟ/ସଭ୍ୟା, ମାତୃ କମିଟି, ଆଶା କର୍ମୀ, ସହାୟିକାଙ୍କ ସମେତ ବହୁ ଅଭିଭାବକ ଯୋଗ ଦେଇଥିଲେ। ଶେଷରେ ଅଙ୍ଗନବାଡ଼ି କର୍ମୀ ପୁଷ୍ପାଞ୍ଜଳି ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ।

ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ


 rajesh pande