ମାଲକାନଗିରି, ୨୨ ସେପ୍ଟେମ୍ବର (ହି.ସ.)
ଆଜି ଭୂଷ୍ପଳନ ଯୋଗୁଁ ଖସିଲା ବଣ୍ଡାଘାଟି ରାସ୍ତା ତଳୁ ମାଟି । ଯାତାୟାତ ପାଇଁ ରାସ୍ତା ସାଜିଛି ବିପଦ ।ଯାତାୟାତ ପ୍ରଭାହିତ ହୋଇଛି । ଆଜି ଲଗାତାର ବର୍ଷା ଯୋଗୁଁ ମାକଡଝଲା ନିକଟରୁ ପାହାଡ଼ରୁ ପ୍ରଵଳ ଜଳ ପ୍ରବାହିତ ହେଉଛି । ପାହାଡ଼ରୁ ମାଟି ଧସିବା ସହିତ ପଥର ମଧ୍ୟ ଖସିଛି । ରାସ୍ତାତଳ ମାଟି ଧସି ଯାଇଛି । ଯାହା ଦ୍ୱାରା କି ଯାତାୟାତ ପାଇଁ ବର୍ତ୍ତମାନ ରାସ୍ତା ସାଜିଛି ବିପଦ । ଯାତାୟାତ ପାଇଁ ଲୋକେ ବିପଦ ମନେ କରୁଛନ୍ତି । ଖଇରପୁଟ ବିଡ଼ିଓ ଓ ତହସିଲଦାର ଘଟଣାସ୍ଥଳରେ ପହଞ୍ଚି କି ଭଳି ଭାବରେ ଗାଡି ମୋଟର ଓ ଲୋକେ ଯାତାୟାତ କରିବେ ତା ଉପରେ ଧ୍ୟାନ ଦେଉଛନ୍ତି । ବର୍ତ୍ତମାନ ବିପଦ ସଂକୁଳ ଅବସ୍ଥାରେ ଯାତାୟାତ କରୁଛନ୍ତି । ରାସ୍ତା ମଧ୍ୟ ଧୀରେ ଧୀରେ ଧସିବାରେ ଲାଗିଛି ।
---------------
ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ