ବଲାଙ୍ଗୀର, ୨୨ ସେପ୍ଟେମ୍ବର(ହି.ସ.) – ବଲାଙ୍ଗୀର ଜିଲ୍ଲା ଦଳିତ ଶିକ୍ଷକ ସଙ୍ଘ ତରଫରୁ ସ୍ଥାନୀୟ ଟାଉନ ବାଳିକା ହାଇସ୍କୁଲରେ ନୁଆଁଖାଇ ଜୁହାର ଭେଟ ତଥା ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି. ସଭାପତି କୃଷ୍ଣ ଚନ୍ଦ୍ର ବାଗଙ୍କ ପୌରୋହିତ୍ୟରେ ଆୟୋଜିତ କାର୍ଯ୍ୟକ୍ରମରେ ପିଡି ଡିଆରଡ଼ିଏ ତରଣୀ ସୁନା ମୂଖ୍ୟ ଅତିଥି ରୂପେ ଯୋଗଦେଇ ଶିକ୍ଷାର ଅଗ୍ରଗତି ବିନା ସମାଜର ଉନ୍ନତି ଅସମ୍ଭବ ବୋଲି ମତବ୍ୟକ୍ତ କରିଥିଲେ.ସେହିପରି ଅଧ୍ୟାପିକା ରମଣୀ ନାଏକ ମୁଖ୍ୟବକ୍ତା ରୂପେ ଯୋଗଦେଇ ସମାଜକୁ ସୁଦୃଢ଼ କରିବାକୁ ହେଲେ ନାରୀ ଶିକ୍ଷା ଏକାନ୍ତ ଆବଶ୍ୟକ ବୋଲି ପ୍ରକାଶ କରିଥିଲେ, ଅନ୍ୟ ମାନଙ୍କ ମଧ୍ୟରେ ବାସୁଦେବ ମୁଗ୍ରୀ,ନେପାଲ ଚନ୍ଦ୍ର ବାଗ, ଲୋଚନ ଛତ୍ରିଆ ପ୍ରମୁଖ ମଂଚାସୀନ ଥିଲେ।
ବିଭିନ୍ନ କ୍ଷେତ୍ରରେ କୃତିତ୍ୱ ହାସଲ କରି ସମାଜ ପାଇଁ ଗୌରବ ଆଣିଥିବା ଯୋଗୁଁ ବହୁ ପ୍ରତିଭାବାନ ବ୍ୟକ୍ତି ବିଶେଷଙ୍କ ସମେତ ନିକଟରେ ମୂଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଥିବା ଆଦର୍ଶ ଶିକ୍ଷକ ପ୍ରଦୀପ ଛତ୍ରିଆ ଓ ମୁକେଶ ବାରିକଙ୍କୁ ସମ୍ବର୍ଦ୍ଧନା ଦିଆଗଲା।
ଦ୍ୱିତୀୟ ଅଧିବେଶନ ରେ ମାନବତାବାଦୀ ରଙ୍ଗା ରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା. ବିଶିଷ୍ଟ କଣ୍ଠ ଶିଳ୍ପୀ ନବୀନ କୁଅଁର, ଦିଲୀପ ଦୀପ, ଟିକୁ, ବିଶି, ରୁପେଶ ଜୋଯୋ ଓ ସାଥୀ ଦର୍ଶକଙ୍କ ମନୋରଞ୍ଜନ କରିଥିଲେ।
କାର୍ଯ୍ୟକ୍ରମରେ ଜିଲ୍ଲାର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ତଥା ଦଳିତ ସମାଜର ପ୍ରମୁଖ କର୍ମକର୍ତାଗଣ ସହଯୋଗ କରିଥିଲେ. ଶିକ୍ଷକ ଗଜମଣି ବାଗ, ଜ୍ୟୋତ୍ସ୍ନା ରାଣୀ ବରିହା, ଉତ୍ସବକୁ ସଂଯୋଜନା କରିଥିବାବେଳେ ଶିକ୍ଷକ ବାଳକୃଷ୍ଣ ମହାନନ୍ଦ, ପରୀକ୍ଷିତ କୁମ୍ଭାର, ସୁରେଶ ବାରିକ, ନୀଳକଣ୍ଠ ସୁନା, ଅନାଦି ନାଗ, ବିରାଟ ହରପାଳ,ଗୌରୀ ଶଙ୍କର ଛତର, ମୁକେଶ ସୁନା, ଯଶୋବନ୍ତି କୁମ୍ଭାର, ରୀନା ନାଗ, ଅକ୍ରୁର ସୁନା, ବିଶ୍ୱାମିତ୍ର ନାଗ, ଚନ୍ଦ୍ରମଣି ଛତ୍ରିଆ ସହଯୋଗ କରିଥିଲେ. ଶେଷରେ ସମ୍ପାଦକ ସୂର୍ଯ୍ୟମଣି ସୁନା ଧନ୍ୟବାଦ ଦେଇଥିଲେ।
ହିନ୍ଦୁସ୍ଥାନ ସମାଚାର/ଗୋପବନ୍ଧୁ/ବୀଣାପାଣି
.......................................
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ