ଆଜି  ମଧ୍ୟ ପ୍ରଥମାର୍ଧରେ ଚାଲି ପାରିଲା ନାହିଁ ଗୃହ
ପଂଚାୟତିରାଜ ବ୍ୟବସ୍ଥାରେ ଲୋକପ୍ରତିନିଧିଙ୍କ କ୍ଷମତା ସଂକୁଚିତ କରାଯିବା ପ୍ରସଙ୍ଗକୁ ନେଇ ବିଜେଡି ବିଧାୟକଙ୍କ ହଟ୍ଟଗୋଳ କଂଗ୍ରେସ ବିଧାୟକ ମାନେ କହିଲେ ବିଜେପି- ବିଜେଡି ଭାଇ ଭାଇ ଚାଲି ପାରିଲା ନାହିଁ ପ୍ରଶ୍ନକାଳ ଓ ଶୂନ୍ୟକାଳ ଅପରାହ୍ନ 4ଟା ଯାଏ ଗୃହ ମୁଲତବୀ ଭୁବନେଶ୍ୱର, 22 ସେପ୍ଚେମ୍ବର
ଆଜି  ମଧ୍ୟ ପ୍ରଥମାର୍ଧରେ ଚାଲି ପାରିଲା ନାହିଁ ଗୃହ


ପଂଚାୟତିରାଜ ବ୍ୟବସ୍ଥାରେ ଲୋକପ୍ରତିନିଧିଙ୍କ କ୍ଷମତା ସଂକୁଚିତ କରାଯିବା ପ୍ରସଙ୍ଗକୁ ନେଇ ବିଜେଡି ବିଧାୟକଙ୍କ ହଟ୍ଟଗୋଳ

କଂଗ୍ରେସ ବିଧାୟକ ମାନେ କହିଲେ ବିଜେପି- ବିଜେଡି ଭାଇ ଭାଇ

ଚାଲି ପାରିଲା ନାହିଁ ପ୍ରଶ୍ନକାଳ ଓ ଶୂନ୍ୟକାଳ

ଅପରାହ୍ନ 4ଟା ଯାଏ ଗୃହ ମୁଲତବୀ

ଭୁବନେଶ୍ୱର, 22 ସେପ୍ଚେମ୍ବର (ହି.ସ.) । ଆଜି ବିଧାନସଭାର ମୌସୁମୀ ଅଧିବେଶନର ଚତୁର୍ଥ ଦିନରେ ପଂଚାୟତିରାଜ ବ୍ୟବସ୍ଥାରେ ଲୋକପ୍ରତିନିଧିଙ୍କ କ୍ଷମତା ସଂକୁଚିତ କରାଯିବା ପ୍ରସଙ୍ଗକୁ ନେଇ ନାରାବାଜୀ ଓ ହଟ୍ଟଗୋଳ କରିଛନ୍ତି । ଶୁକ୍ରବାର ଓ ଶନିବାର ଦିନ ଏହି ଚାଷୀ ସମସ୍ୟା ଓ ସାରର ଅଭାବ ପ୍ରସଙ୍ଗରେ ବିଜେଡି ବିଧାୟକ ମାନେ ହଟ୍ଟଗୋଳ କରିଥିବାରୁ ଗୃହରେ କୌଣସି କାମ ହୋଇ ପାରି ନ ଥିଲା । ତେବେ ଆଜି ଏକ ଭିନ୍ନ ପ୍ରସଙ୍ଗ ପଂଚାୟତିରାଜ ବ୍ୟବସ୍ଥାରେ ଲୋକପ୍ରତିନିଧିଙ୍କ କ୍ଷମତା ସଂକୁଚିତ କରାଯିବା ପ୍ରସଙ୍ଗକୁ ନେଇ ଆଜି ମଧ୍ୟ ପ୍ରଥମାର୍ଧ ବୈଠକ ହୋଇ ପାରି ନ ଥିଲା । ଅନ୍ୟ ପକ୍ଷରେ କଂଗ୍ରେସ ବିଧାୟକ ମାନେ ତାଙ୍କ ଆସନରେ ଠିଆ ହୋଇ ବିଜେପି – ବିଜେଡି ଭାଇ ଭାଇ ଲେଖାଥିବା ପ୍ଲାକାର୍ଡ ମାନ ଧରି ଠିଆ ହୋଇଥିଲେ । ହଟ୍ଟଗୋଳ କାରଣରୁ ବାଚସ୍ପତି ସୁରମା ପାଢୀ ଗୃହକୁ ଅପରାହ୍ନ 4ଟା ଯାଏ ମୁଲତବୀ ଘୋଷଣା କରିଥିଲେ । ଏହି କାରଣରୁ ଆଜି ପ୍ରଶ୍ନକାଳ, ଶୂନ୍ୟ କାଳ ଓ ଅନ୍ୟ ନିର୍ଧାରିତ କାର୍ଯ୍ୟକ୍ରମ ହୋଇ ପାରି ନ ଥିଲା ।

ଆଜି ନିର୍ଧାରିତ 10.30 ମିନିଟରେ ଗୃହ କାର୍ଯ୍ୟ ଆରମ୍ଭ ହୋଇଥିଲା । ପ୍ରଥମେ ବିଧାନସଭା ବାଚସ୍ପତି ସୁରମା ପାଢୀ ପ୍ରଶ୍ନକାଳ କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ । ବଡସାହୀ ବିଧାୟକ ସନାତନ ବିଜୁଳିଙ୍କ ମୟୁରଭଂଜ ଜିଲ୍ଲାରେ ଫାଂଡି ଖୋଲା ଯିବା ସମ୍ପର୍କରେ ସ୍ବରାଷ୍ଟ୍ର ବିଭାଗର ଏକ ପ୍ରଶ୍ନ ପାଇଣଁ ମୁଖ୍ୟମନ୍ତ୍ରୀଙ୍କ ପକ୍ଷରୁ ଉତର ଦେବାକୁ ଦେବାକୁ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କୁ ଡାକିଥିଲେ । ମନ୍ତ୍ରୀ ଶ୍ରୀ ହରିଚନ୍ଦନ ମଧ୍ୟ ତାଙ୍କ ଉତ୍ତର ପଢିବା ଆରମ୍ଭ କରିଥିଲେ । ତେବେ ବିରୋଧୀ ଦଳ ବିଜେଡିର ବିଧାୟକ ମାନେ ପଂଚାୟତିରାଜ ବ୍ୟବସ୍ଥାରେ ଲୋକପ୍ରତିନିଧିଙ୍କ କ୍ଷମତା ସଂକୁଚିତ କରାଯିବା ପ୍ରସଙ୍ଗକୁ ନେଇ । ସେମାନେ ହାତରେ ବ୍ୟାନର, ପ୍ଲାକାର୍ଡ ମାନ ଧରି ବିଜେପି ସରକାର ବିରୁଦ୍ଧରେ ନାରାବାଜୀ କରିବା ସହ ଗୃହର ମଧ୍ୟ ଭାଗକୁ ଚାଲି ଆସିଥିଲେ । ବିଜେଡି ବିଧାୟକ ମାନେ ନାରାବାଜୀ କରି କହିଥିଲେ ଯେ ପଂଚାୟତିରାଜ ବ୍ୟବସ୍ଥାକୁ ଦୁର୍ବଳ କରି ରାଜ୍ୟ ସରକାର ବ୍ୟୁରୋକ୍ରୋଟ ମାନଙ୍କୁ ଅଧିକ କ୍ଷମତା ଦେବା ସହ ଜନ ପ୍ରତିନିଧି ମାନଙ୍କର କ୍ଷମତାକୁ ସଂକୁଚିତ କରିଛନ୍ତି । ଏହାକୁ କଦାପି ସହନ କରାଯିବ ନାହିଁ ବୋଲି ସେମାନେ ଲଗାତାର ନାରାବାଜୀ କରିବା ଦେଖିବାକୁ ମିଳିଥିଲା ।

ସେହି ସମୟରେ ଅନ୍ୟତମ ବିରୋଧୀ କଂଗ୍ରେସ ଦଳର ବିଧାୟକ ମାନେ ସେମାନଙ୍କ ହାତରେ ପ୍ଲାକାର୍ଡ ଧରି ଠିଆ ହୋଇଥିଲେ । ‘ବିଜେପି- ବିଜେଡି ଭାଇ ଭାଇ – ଅନାସ୍ଥା ପ୍ରସ୍ତାବ ଆଣନ୍ତି’ ନାହିଁ ବୋଲି ଏହି ପ୍ଲାକାର୍ଡରେ ଲେଖା ଯାଇଥିଲା

ଧୀରେ ଧୀରେ ବିଜେଡି ବିଧାୟକ ମାନେ ନାରାବାଜୀକୁ ଜୋରଦାର କରିଥିଲେ । ବାଚସ୍ପତି ସୁରମା ପାଢୀ ହଟ୍ଟଗୋଳ କରୁଥିବା ବିଧାୟକ ମାନଙ୍କୁ ବାରମ୍ବାର ସେମାନଙ୍କ ଆସନକୁ ଯିବାକୁ କହିବା ସହ ପ୍ରଶ୍ନକାଳ କାର୍ଯକ୍ରମ ଚଳାଇବାକୁ ସହଯୋଗ କରିବାକୁ ଅନୁରୋଧ କରିବାକୁ ଦେଖିବାକୁ ମିଳିଥିଲା । ବାଚସ୍ପତିଙ୍କ ବାରମ୍ବାର ଅନୁରୋଧ ସତ୍ୱେ ବିରୋଧୀ ବିଜେଡି ବିଧାୟକ ମାନେ ତାଙ୍କର କଥା ଶୁଣି ନ ଥିଲେ୍ ଓ ସେମାନେ ହଟ୍ଟଗୋଳ ଜାରୀ ରଖିଥିଲେ । ଏହା ଫଳରେ ବାଚସ୍ପତି ସୁରମା ପାଢୀ ସକାଳ 10.47ରୁ ଗୃହକୁ ଅପରାହ୍ନ 4ଟା ଯାଏ ମୁଲତବୀ ରହିଲା ବୋଲି ଘୋଷଣା କରିଥିଲେ । । ଏହି କାରଣରୁ ଆଜି ପ୍ରଶ୍ନକାଳ, ଶୂନ୍ୟ କାଳ ଓ ଅନ୍ୟ ନିର୍ଧାରିତ କାର୍ଯ୍ୟକ୍ରମ ହୋଇ ପାରି ନ ଥିଲା ।

---------------

ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ


 rajesh pande