ଓଲା ଡ୍ରାଇଭର ଅପହରଣ ଓ ମୃତ୍ୟୁ ଘଟଣାରେ ୪ ଗିରଫ
ଭୁବନେଶ୍ୱର, ୨୨ ସେପ୍ଟେମ୍ବର (ହି.ସ.) - ଓଲା ଡ୍ରାଇଭର ଅପହରଣ ଓ ମୃତ୍ୟୁ ଘଟଣାରେ ୪ଜଣଙ୍କୁ ଗିରଫ କରିଛି ବଡଗଡ଼ ଥାନା ପୋଲିସ । ଗିରଫ ଅଭିଯୁକ୍ତ ମାନେ ହେଲେ ଏନ ଦିଲ୍ଲୀପ କୁମାର, ରମେଶ ଚନ୍ଦ୍ର ବେହେରା, କେ ରବୀନ୍ଦ୍ର ଏବଂ ଦୀପକ କୁମାର ସାହୁକାର । ସମସ୍ତ ଅଭିଯୁକ୍ତଙ୍କ ଘର ପାରଳାଖେମୁଣ୍ଡି ଅଂଚଳରେ । ଆ
ଓଲା ଡ୍ରାଇଭର ଅପହରଣ ଓ ମୃତ୍ୟୁ ଘଟଣାରେ ୪ ଗିରଫ


ଭୁବନେଶ୍ୱର, ୨୨ ସେପ୍ଟେମ୍ବର (ହି.ସ.) - ଓଲା ଡ୍ରାଇଭର ଅପହରଣ ଓ ମୃତ୍ୟୁ ଘଟଣାରେ ୪ଜଣଙ୍କୁ ଗିରଫ କରିଛି ବଡଗଡ଼ ଥାନା ପୋଲିସ । ଗିରଫ ଅଭିଯୁକ୍ତ ମାନେ ହେଲେ ଏନ ଦିଲ୍ଲୀପ କୁମାର, ରମେଶ ଚନ୍ଦ୍ର ବେହେରା, କେ ରବୀନ୍ଦ୍ର ଏବଂ ଦୀପକ କୁମାର ସାହୁକାର । ସମସ୍ତ ଅଭିଯୁକ୍ତଙ୍କ ଘର ପାରଳାଖେମୁଣ୍ଡି ଅଂଚଳରେ । ଆତ୍ମହତ୍ୟା ପାଇଁ ପ୍ରବର୍ତାଇବା,ଅପହରଣ କରିବା, ନିର୍ଯାତନା ଦେବା ଓ ପ୍ରମାଣ ନଷ୍ଟ କରିବା ଅଭିଯୋଗ ରେ ଅଭିଯୁକ୍ତକୁ ବାନ୍ଧିଚି ପୋଲିସ । ଅପହରଣ ଘଟଣାରେ ଆହୁରି ଅଧିକ ଲୋକଙ୍କ ସମ୍ପୃକ୍ତି ସାମ୍ନାକୁ ଆସିଛି । ଅନ୍ୟ ଅଭିଯୁକ୍ତ ମାନେ ମଧ୍ୟ ଫେରାର ଅଛନ୍ତି। ସେମାନଙ୍କୁ ଧରିବା ପାଇଁ ପୋଲିସ ବିଭିନ୍ନ ଆଡ଼େ ରେଡ କରୁଛି । ବିଦ୍ୟାଧର ସାହୁଙ୍କର ୨୦ ତାରିଖରେ ମୃତଦେହ ଚନ୍ଦକା ଅଂଚଳରୁ ମିଳିଥିଲ । ୧୯ ତାରିଖ ରେ ଦିନ ୧୨ ଟା ବେଳେ ବିଦ୍ୟାଧରଙ୍କ ପତ୍ନୀ ଅପହରଣ ନେଇ ଅଭିଯୋଗ କରିଥିଲେ ।

ପୋଲିସ କମିଶନର ଏସ ଦେବଦତ ସିଂ କହିଛନ୍ତି, ବିଦ୍ୟାଧର ସରକାରୀ ଆଉ ବେସରକାରୀ ଚାକିରୀ ଦେବାକୁ କହି ଏକାଧିକ ଲୋକଙ୍କ ଠାରୁ ଟଙ୍କା ନେଇଥିଲେ। କିନ୍ତୁ ଚାକିରୀ କିମ୍ବା ଟଙ୍କା ଆଉ ନେଇଥିବା ଡକ୍ୟୁମେଂଟ ଫେରାଉ ନଥିଲେ । ଯେଉଁ ୪ ଜଣ ଗିରଫ ହୋଇଛନ୍ତି ସେମାନଙ୍କ ଠାରୁ ଦେଢ଼ କୋଟି ଟଙ୍କା ଓ ଡକ୍ୟୁମେଟ ନେଇଥିଲେ ବିଦ୍ୟାଧର। ଅପହରଣ ପରେ ଅଭିଯୁକ୍ତ ମାନେ ଟଙ୍କା ଆଉ ଡକ୍ୟୁମେଂଟ ଫେରାଇ ଦେବାକୁ କହିଥିଲେ। ପରେ ତାଙ୍କୁ ଯାଜପୁର ନେଇଯାଇଥିଲେ। ଯାଜପୁରରେ ଏକ ଘରେ ବନ୍ଦୀ ଥିବା ବେଳେ ଆତ୍ମହତ୍ୟା କଲେ। ପରେ ମୃତଦେହକୁ ଆଣି ଚନ୍ଦକାରେ ଫିଙ୍ଗିଥିଲେ। ଚନ୍ଦକାରେ ମୃତଦେହକୁ ଏକ ଗଛ ରେ ଝୁଲେଇବା ପାଇଁ ଯୋଜନା କରିଥିଲେ। ସେତିକି ବେଳେ ପୋଲିସ ଜଣେ ଅଭିଯୁକ୍ତଙ୍କୁ ଫୋନ କରିବାରୁ ମୃତଦେହ ଫିଙ୍ଗି ପଳାଇଥିଲେ । ଚାକିରୀ ନାଁରେ ଠକେଇ ଘଟଣାରେ ଜଣେ ମହିଳାଙ୍କ ଭୂମିକା ଥିବାରୁ ତାଙ୍କୁ ଖୋଜିବାକୁ ଚେଷ୍ଟା ଜାରି ରଖିଛି ପୋଲିସ ।

.......

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande