ମହୁମାଛି ଆକ୍ରମଣରେ ଜଣେ ଗୁରୁତର
ଜୟପୁର, ୨୨ ସେପ୍ଟେମ୍ବର (ହି.ସ.)- ଜୟପୁର ସହର ନୂଆସାହି ସ୍ଥିତ ମା ଜଗତଜନନୀଙ୍କ ମନ୍ଦିର ଉପରେ ଘଟିଛି ଆଘଟଣ । ନବରାତ୍ର ଅବସରରେ ଆଜି ଦିନ ୧୧ଟା ସମୟରେ ମନ୍ଦିର ଉପରେ ଚଢି ବାନା ଲଗାଇବା ସମୟରେ ମହୁମାଛି ଆକ୍ରମଣ କରିଥିଲା । ଫଳରେ ସେ ଗୁରୁତର ହୋଇ ମୁର୍ମୂଷୁ ଅବସ୍ଥାରେ ଉପରେ ରହିଥିଲେ । ଏନେଇ ମନ୍ଦିର
ମହୁମାଛି ଆକ୍ରମଣରେ ଜଣେ ଗୁରୁତର


ଜୟପୁର, ୨୨ ସେପ୍ଟେମ୍ବର (ହି.ସ.)- ଜୟପୁର ସହର ନୂଆସାହି ସ୍ଥିତ ମା ଜଗତଜନନୀଙ୍କ ମନ୍ଦିର ଉପରେ ଘଟିଛି ଆଘଟଣ । ନବରାତ୍ର ଅବସରରେ ଆଜି ଦିନ ୧୧ଟା ସମୟରେ ମନ୍ଦିର ଉପରେ ଚଢି ବାନା ଲଗାଇବା ସମୟରେ ମହୁମାଛି ଆକ୍ରମଣ କରିଥିଲା । ଫଳରେ ସେ ଗୁରୁତର ହୋଇ ମୁର୍ମୂଷୁ ଅବସ୍ଥାରେ ଉପରେ ରହିଥିଲେ । ଏନେଇ ମନ୍ଦିର କମିିଟିର ସଦସ୍ୟ ମାନେ ଜୟପୁର ଦମକଳ କେନ୍ଦ୍ରକୁ ସୂଚନା ଦେଇଥିଲେ । ସୂଚନା ପାଇ ସହକାରି ଅଗ୍ନିଶମ ଅଧିକାରି ସୁରେଶ କୁମାର ବାରିକଙ୍କ ଟିମ ପହଞ୍ଚି ଥିଲେ । ଦେଢ ଘଣ୍ଟା ପରେ ଦଉଡି ସାହାଯ୍ୟରେ ୫୦ ଫୁଟ ମନ୍ଦିର ଉପରୁ ଉକ୍ତ ମୁର୍ମୂଷୁ ବ୍ୟକ୍ତିକୁ ତଳକୁ ସୁରକ୍ଷିତ ଭାବେ ଓହ୍ଲାଯାଇଥିଲା । ପରେ ଆମ୍ବୁଲାନ୍ସ ଦ୍ୱାରା ଜୟପୁର ସ୍ଥିତ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଯାଇଥିବା ଅଗ୍ନିଶମ ବିଭାଗ ତରଫରୁ ସୂଚନା ଦିଆଯାଇଛି ।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande