କୋରେଇ, ୨୨ ସେପ୍ଟେମ୍ବର (ହି.ସ) - କୋରେଇ ବ୍ଲକ ଅନ୍ତର୍ଗତ କରଦା ପଂଚାୟତର ବର୍ତମଣା ଗ୍ରାମରେ ପୋଖରୀରେ ବୁଡି ବୃଦ୍ଧଙ୍କ ମୃତ ହେବା ପରେ ଆଜି ତାଙ୍କ ପରିବାରକୁ ଭେଟିଲା ଅଶୋକ ଦାସ ଫାଉଣ୍ଡେସନ । କୋରେଇ ସଂଯୋଜକ ସୁବାସ ଧଳ, ମହାସଚିବ ଭବ ପ୍ରସାଦ ଦାସ ପ୍ରମୁଖ ତାଙ୍କ ପରିବାର ନିକଟରେ ପହଂଚି ଶୋକ ସନ୍ତପ୍ତ ପରିବାରକୁ ସମବେଦ ଜ୍ଞାପନ କରିଥିଲେ । ଦାମୋଦର ସାହୁ, ବଳରାମ ସାହୁ, ସୁବାସ ସାହୁ, ପିତାମ୍ବର ଦାସ, ମନୁ ଦାସ, ନାଣ୍ଡୁ ମଳିକ ପ୍ରମୁଖ ସେଠାରେ ଉପସ୍ଥିତ ରହି ଶୋକ ସନ୍ତପ୍ତ ପରିବାରକୁ ସାନ୍ୱାନା ଦେଇଥିଲେ । ପ୍ରକାଶଯେ ବର୍ତମଣା ଗ୍ରାମର ନାରାୟଣ ମୁଦୁଲି (୭୩) ଗତକାଲି ବର୍ତମଣା ବଡପୋଖରୀ ବୁଡି ମୃତ୍ୟୁ ବରଣ କରିଛନ୍ତି । କରୋନା ସମୟରେ ନାରାୟଣଙ୍କ ଏକ ମାତ୍ର ପୁତ୍ର ନରେନ୍ଦ୍ର କରୋନାରେ ପିଡିତ ହୋଇ ମୃତ୍ୟୁ ବରଣ କରିଥିଲେ । ନରେନ୍ଦ୍ରଙ୍କ ଦୁଇ ପୁତ୍ରର ଏକମାତ୍ର ଭରଷା ସାଜିଥିଲେ ନାରାୟଣ । ଘରେ ଜଣେ ଭଉଣୀ ବିବାହ ନକରି ଟିଉସନ କରି ପରିବାରର ଭାର ସମ୍ଭାଳିଥିଲେ । ହେଲେ ଦୁଖଃ ପରେ ଦୁଖଃ ଘୋଟି ଆସିଲା ପରିବାର ଉପରେ । ରବିବାର ଶୌଚ ହେବାକୁ ଯାଇ ପୋଖରୀର ଗଭୀର ଜଳରେ ବୁଡି ଯାଇଥିଲେ ନାରାୟଣ । ଗ୍ରାମରେ ନାରାୟଣଙ୍କ ଶବ ପହଂଚିବା ପରେ ଏକ ଶୋକାକୂଳ ପରିବେଶରେ ଗ୍ରାମ ଶ୍ମସାନରେ ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା ।
ହିନ୍ଦୁସ୍ଥାନ ସମାଚାର / ଭାନୁ ଚରଣ