ଜୟପୁର, ୨୨ ସେପ୍ଟେମ୍ବର (ହିସ.)
ସଉରାଗୁଡାରେ ନିଜ ଜମିରେ ଫାଉଣ୍ତେସନ ଷ୍ଟୋନ କରୁଥିବା ବେଳେ ଅନ୍ୟମାନେ ଆସି ଭାଙ୍ଗିଦେଇଥିବା ନେଇ ସଦରଥାନାରେ ଅଭିଯୋଗ ହୋଇଛି। ମାଲକାନଗିରି ଥାନା ଅଞ୍ଚଳର ଦିବାକର ପତି ଗତ ୨୦୨୨ ମସିହାରେ ସଉରାଗୁଡା ଅଞ୍ଚଳରେ ଏକ ଜମି କ୍ରୟ କରିଥଲେ। ସେ ତାଙ୍କ ଜମିରେ ଫାଉଣ୍ତେସନ କରୁଥିବା ବେଳେ ସଉରାଗୁଡା ଗ୍ରାମର ଭଗବାନ ପୂଜାରୀ ତାଙ୍କ ସହଯୋଗୀ ଆସି ଫାଉଣ୍ତେସନ ଷ୍ଟେନକୁ ଭାଙ୍ଗି ଦେଇଥିବା ନେଇ ସଦରଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗକୁ ଭିତ୍ତିକରି ସଦରପୁଲିସ ଏକ ମକଦ୍ଧମା ରୁଜୁ କରିଥିବା ସଦରଥାନା ଅଧିକାରୀ ସଚ୍ଚିନ୍ଦ୍ର ପ୍ରଧାନ ପ୍ରକାଶ କରିଛନ୍ତି।
---------------
ହିନ୍ଦୁସ୍ଥାନ ସମାଚାର / ପିକେପି