ମାଲକାନଗିରି ଜିଲ୍ଲାରେ ଆୟୋଜିତ ହେଲା ପ୍ରାଥମିକ ବୃତ୍ତି ପରୀକ୍ଷା
ମାଲକାନଗିରି, ୨୨ ସେପ୍ଟେମ୍ବର (ହି.ସ.)- ଆଜି ମାଲକାନଗିରି ଜିଲ୍ଲାରେ ପ୍ରାଥମିକ ବୃତ୍ତି ପରୀକ୍ଷା ଆୟୋଜିତ ହୋଇଛି। ମାଧ୍ୟମିକ ଶିକ୍ଷା ପରିଷଦ କଟକଙ୍କ କାର୍ଯ୍ୟସୂଚୀ କ୍ରମେ ମାଲକାନଗିରି ଜିଲ୍ଲାରେ ସମସ୍ତ ୭ ଗୋଟି ବ୍ଲକରେ ଏହି ପରୀକ୍ଷା ଆୟୋଜନ କରାଯାଇଛି । ସମସ୍ତ ବ୍ଲକର ୧୫ ଗୋଟି ପରୀକ୍ଷା କେନ୍ଦ୍ରର
ମାଲକାନଗିରି ଜିଲ୍ଲା ରେ ଆୟୋଜିତ ହେଲା ପ୍ରାଥମିକ ବୃତ୍ତି ପରୀକ୍ଷା


ମାଲକାନଗିରି, ୨୨ ସେପ୍ଟେମ୍ବର (ହି.ସ.)- ଆଜି ମାଲକାନଗିରି ଜିଲ୍ଲାରେ ପ୍ରାଥମିକ ବୃତ୍ତି ପରୀକ୍ଷା ଆୟୋଜିତ ହୋଇଛି। ମାଧ୍ୟମିକ ଶିକ୍ଷା ପରିଷଦ କଟକଙ୍କ କାର୍ଯ୍ୟସୂଚୀ କ୍ରମେ ମାଲକାନଗିରି ଜିଲ୍ଲାରେ ସମସ୍ତ ୭ ଗୋଟି ବ୍ଲକରେ ଏହି ପରୀକ୍ଷା ଆୟୋଜନ କରାଯାଇଛି । ସମସ୍ତ ବ୍ଲକର ୧୫ ଗୋଟି ପରୀକ୍ଷା କେନ୍ଦ୍ରରେ ପ୍ରାୟ ୩୨୦୦ ଛାତ୍ରଛାତ୍ରୀ ଏହି ବୃତ୍ତି ପରୀକ୍ଷା ଦେଇଥିଲେ। ସେହି ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରୁ ପ୍ରାୟ ଚୟନ କରାଯାଇ ସରକାରୀ ବୃତ୍ତି ପ୍ରଦାନ କରାଯିବ ।

ଜିଲ୍ଲା ଶିକ୍ଷା ଅଧିକାରୀ ଚିତ୍ତ ରଞ୍ଜନ ପାଣିଗ୍ରାହୀ ଓ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ତତ୍ତ୍ଵାବଧାନରେ ଏହି ପରୀକ୍ଷା ସଫଳତାର ସହିତ ଆୟୋଜିତ ହୋଇଯାଇଛି ।

ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ


 rajesh pande