ସମ୍ବଲପୁର, ୨୨ ସେପ୍ଟେମ୍ବର (ହି.ସ.) - ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗର ଉତରାଂଚଳ ଉପ ନିର୍ଦ୍ଦେଶିକା କଲ୍ୟାଣୀ ଦାଶ ଆଜି ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ କାର୍ଯ୍ୟାଳୟ ପରିଦର୍ଶନ କରିଛନ୍ତି। କାର୍ଯ୍ୟାଳୟରେ ଉପସ୍ଥିତ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀଙ୍କ ସମେତ ସମସ୍ତ କର୍ମଚାରୀମାନେ ଉପ ନିର୍ଦ୍ଦେଶିକାଙ୍କୁ ସ୍ୱାଗତ ଜଣାଇଥିଲେ। ଏହାପରେ ଉପ ନିର୍ଦ୍ଦେଶିକା କାର?୍ୟ୍ୟାଳୟର ବିଭିନ୍ନ କାର୍ଯ୍ୟର ସମୀକ୍ଷା କରିବା ସହ ବିଭାଗର ସମ୍ମାନ ବୃଦ୍ଧି କରାଇବା ନିମନ୍ତେ ପ୍ରତ୍ୟେକ ଅଧିକାରୀ ଓ କର୍ମଚାରୀଙ୍କୁ ପରାମର୍ଶ ଦେଇଥିଲେ । କାର୍ଯ୍ୟାଳୟର ବିଭିନ୍ନ ନଥି ଓ ରେଜିଷ୍ଟର ତନଖି କରିବା ସହ କାର୍ଯ୍ୟାଳୟର ସମସ୍ତ କାର୍ଯ୍ୟ ସମୟାନୁବର୍ତିତା ଅବଲମ୍ବନ ପୂର୍ବକ ସମ୍ପନ୍ନ କରିବା ପାଇଁ ପରାମର୍ଶ ଦେଇଥିଲେ। ଏହି ଅବସରରେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରିଣୀ ସଞ୍ଜୁକ୍ତା କୁଲୁ, ପ୍ରୋଯେକ୍ଟନିଷ୍ଟ ହାରାଧନ ମେଣ୍ଡଲି, କ୍ଲର୍କ କମ ଲାଇବ୍ରେରୀୟାନ ନଗେନ ଚନ୍ଦ୍ର ନାୟକଙ୍କ ସମେତ ଅନ୍ୟାନ୍ୟ ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ।
ହିନ୍ଦୁସ୍ଥାନ ସମାଚାର / ଶୈଳେଶ