୫ ବର୍ଷିୟା ଶିଶୁକନ୍ୟାକୁ ଦୁଷ୍କର୍ମ ମାମଲା : ଦୋଷୀକୁ ଆଜୀବନ କାରାଦଣ୍ଡ ସହ ସହ ୩୧ ହଜାର ଟଙ୍କା ଜୋରିମାନା
ଜୟପୁର, ୨୨ ସେପ୍ଟେମ୍ବର (ହି.ସ.)- ୨୦୨୪ ମସିହାରେ କୋରାପୁଟ ଜିଲା କୋଟପାଡ ଥାନା ଅଞ୍ଚଳରେ ଘଟିଥିବା ୫ ବର୍ଷର ଶିଶୁକନ୍ୟାକୁ ଦୁଷ୍କର୍ମ ମାମଲାର ବିଚାର କରି ରାୟ ପ୍ରଦାନ କରିଛନ୍ତି ଜୟପୁର ସ୍ଥିତ ସ୍ୱତନ୍ତ୍ର ପୋକ୍ସୋ କୋର୍ଟ। ୧୭ ଜଣ ସାକ୍ଷ୍ୟ ପ୍ରମାଣ ଓ ୨୪ଟି ଦସ୍ତାବିଜକୁ ଭିତ୍ତି କରି ଆଜି ଜୟପୁର ସ
୫ ବର୍ଷର ଶିଶୁ କନ୍ୟା ଦୁଷ୍କର୍ମ  ମାମଲା, ଦୋଷୀକୁ ଆଜୀବନ କାରାଦଣ୍ଡ ସହ ସହ  ୩୧ ହଜାର ଟଙ୍କା ଜୋରିମାନା


ଜୟପୁର, ୨୨ ସେପ୍ଟେମ୍ବର (ହି.ସ.)- ୨୦୨୪ ମସିହାରେ କୋରାପୁଟ ଜିଲା କୋଟପାଡ ଥାନା ଅଞ୍ଚଳରେ ଘଟିଥିବା ୫ ବର୍ଷର ଶିଶୁକନ୍ୟାକୁ ଦୁଷ୍କର୍ମ ମାମଲାର ବିଚାର କରି ରାୟ ପ୍ରଦାନ କରିଛନ୍ତି ଜୟପୁର ସ୍ଥିତ ସ୍ୱତନ୍ତ୍ର ପୋକ୍ସୋ କୋର୍ଟ। ୧୭ ଜଣ ସାକ୍ଷ୍ୟ ପ୍ରମାଣ ଓ ୨୪ଟି ଦସ୍ତାବିଜକୁ ଭିତ୍ତି କରି ଆଜି ଜୟପୁର ସ୍ଥିତ ସ୍ୱତନ୍ତ୍ର ପୋକ୍ସୋ କୋର୍ଟ କୁସୁମି ଗ୍ରାମର ନରସିଂହ ଭୁମିଆ (୩୦) କୁ ଦଣ୍ଡିତ କରିଛନ୍ତି । ଆଇପିସି ଧାରା ୩୬୬,୩୭୬ ଏବି, ୩୨୩ ଏବଂ ପୋକ୍ସୋ ଆଇନର ଧାରା ୬ରେ ଦୋଷୀ ସାବ୍ୟସ୍ତ କରି ଆଜୀବନ କାରାଦଣ୍ଡରେ ଦଣ୍ଡିତ ସହ ୩୧ ହଜାର ଟଙ୍କା ଆର୍ଥିକ ଜୋରିମାନାରେ ଦଣ୍ଡିତ କରିଛନ୍ତି । ଯଦି ଜୋରିମାନା ଟଙ୍କା ଅନାଦେୟ ହୁଏ ଦୋଷୀକୁ ଅଧିକା ୧୩ ମାସ ସଶ୍ରମ କାରାଦଣ୍ଡ ଭୋଗିବାକୁ ପଡିବ ବୋଲି ଅଦାଲତ ତାଙ୍କ ରାୟରେ ଦର୍ଶାଇଛନ୍ତି । ଆଦାୟ ୩୧ ହଜାର ଟଙ୍କା ସହ ସରକାରଙ୍କ ତରଫରୁ ଜିଲା ଆଇନ ସେବା ପ୍ରାଧିକରଣ ମାଧ୍ୟମରେ ପୀଡିତା ଶିଶୁଙ୍କୁ ୭ ଲକ୍ଷ ଟଙ୍କା ଅନୁକମ୍ପା ରାଶି ପ୍ରଦାନ ନିମନ୍ତେ ନିର୍ଦ୍ଦେଶ ଦେଇଛନ୍ତି । ମାମଲାର ବିବରଣିରୁ ପ୍ରକାଶ ଯେ, ଗତ ୨୪.୫.୨୪ ତାରିଖ ସଂନ୍ଧ୍ୟା ସମୟରେ ପୀଡିତା ଶିଶୁ ନିଜ ବଡ ଭଉଣୀ ସହିତ ଦୋକାନ ବାରଣ୍ଡାରେ ଖେଳୁଥିବା ସମୟରେ ନରସିଂହ ଭୁମିଆ ଶିଶୁକୁ ଆଇସକ୍ରିମ କିଣି ଦେବି କହି ଡାକିନେଇ ପରିତ୍ୟକ୍ତ ଘରକୁ ନେଇ ଦୁଷ୍କର୍ମ କରିଥିଲେ । ଏବଂ ପରେ ପୀଡିତାଙ୍କୁ ଆଣି ଘର ସାମନା ରାସ୍ତାରେ ଛାଡି ଚାଲି ଯାଇଥିଲେ । ପୀଡିତାଙ୍କ ଯୌନଙ୍ଗରେ ଯନ୍ତ୍ରଣା ହେବାରୁ ମାଙ୍କୁ କହିଥିଲା । ଘଟଣାର ପରଦିନ ମା କୋଟପାଡ ଥାନାରେ ଏତଲା ଦେଇଥିଲେ । ଏତଲାକୁ ଭିତ୍ତି କରି କୋଟପାଡ ପୋଲିସ ଘଟଣାର ତଦନ୍ତ କରି ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ଏବଂ ତାଙ୍କ ବିରୁଦ୍ଧରେ ଚାର୍ଜସିଟ ଦାଖଲ କରିଥିଲେ । ସରକାରଙ୍କ ତରଫରୁ ସ୍ୱତନ୍ତ୍ର ସରକାରୀ ଓକିଲ ଡ. ଗାୟତ୍ରୀ ଦେବୀ ମାମଲାର ପରିଚାଳନା କରିଥିଲେ ।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande