ଭବାନୀପାଟଣା, ୨୨ ସେପ୍ଟେମ୍ବର (ହି.ସ.)- ରାସ୍ତା ନିର୍ମାଣ ଦାବିରେ ସୋମବାର ପୋଖରୀବନ୍ଧ ଛକରେ ରାସ୍ତାରୋକ କରିଛନ୍ତି ଆଖପାଖ ୧୭ଟି ଗ୍ରାମର ଗ୍ରାମବାସୀ । ଫଳରେ ଦୀର୍ଘ ସମୟ ଧରି ଭବାନୀପାଟଣା -ରାୟଗଡା ୬ ନମ୍ବର ରାଜ୍ୟ ରାଜପଥରେ ଯାତାୟାତ ବାଧାପ୍ରାପ୍ତ ହୋଇଛି । ରାସ୍ତାର ଉଭୟ ପାଶ୍ୱର୍ରେ ବହୁ ସଂଖ୍ୟାରେ ଯାନବାହନ ଅଟକି ରହିଥିଲା ।
ଲାଞ୍ଜିଗଡ଼ ବ୍ଲକ ପୋଖରୀବନ୍ଧ ପଂଚାୟତର ୧୭ ଗାଁ କୁ ଆଜି ପର୍ଯ୍ୟନ୍ତ ଭଲ ରାସ୍ତା ନିର୍ମାଣ ହୋଇପାରିଲା ନାହିଁ । ବାରମ୍ବାର ଏନେଇ ଅଭିଯୋଗ ସତ୍ୱେ ଆଜି ପର୍ଯ୍ୟନ୍ତ କେହି କର୍ଣ୍ଣପାତ କଲେ ନାହିଁ । ଯାହାଫଳରେ ଆଜି ରାସ୍ତାରୋକ କରି ଆନ୍ଦୋଳନରେ ବସି ରହିଥିଲେ ଲୋକେ । ତେବେ ଆଗାମୀ ଦିନରେ ଜିଲ୍ଲା ପ୍ରଶାସନ ଏ ଦିଗରେ କ’ଣ ପଦକ୍ଷେପ ନେଉଛନ୍ତି ତାହା ଦେଖିବାକୁ ବାକି ରହିଲା ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ