ବିଶ୍ଵନାଥପୁରରୁ ମୁକୁନ୍ଦପୁର ରାସ୍ତା ନିର୍ମାଣ ଦାବିରେ ରାସ୍ତାରୋକ
ଭବାନୀପାଟଣା, ୨୨ ସେପ୍ଟେମ୍ବର (ହି.ସ.)- କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ୍ ର ବିଶ୍ଵନାଥପୁରରୁ ମୁକୁନ୍ଦପୁର ରାସ୍ତା ନିର୍ମାଣ ଦାବିରେ ଆଜି ତୁମୁଡ଼ିବନ୍ଧ ଠାରେ ରାସ୍ତାରୋକ କରାଯାଇଛି । ସକାଳ ୭ଟା ଠାରୁ ରାସ୍ତାରୋକ କରାଯାଇଛି । ଫଳରେ ଦୀର୍ଘ ସମୟ ଧରି ଭବାନୀପାଟଣା-ଲାଞ୍ଜିଗଡ଼ ରାସ୍ତାରେ ଯାନବାହନ ଚଳ
ବିଶ୍ଵନାଥପୁରରୁ ମୁକୁନ୍ଦପୁର ରାସ୍ତା ନିର୍ମାଣ ଦାବିରେ ରାସ୍ତାରୋକ


ଭବାନୀପାଟଣା, ୨୨ ସେପ୍ଟେମ୍ବର (ହି.ସ.)- କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ୍ ର ବିଶ୍ଵନାଥପୁରରୁ ମୁକୁନ୍ଦପୁର ରାସ୍ତା ନିର୍ମାଣ ଦାବିରେ ଆଜି ତୁମୁଡ଼ିବନ୍ଧ ଠାରେ ରାସ୍ତାରୋକ କରାଯାଇଛି । ସକାଳ ୭ଟା ଠାରୁ ରାସ୍ତାରୋକ କରାଯାଇଛି । ଫଳରେ ଦୀର୍ଘ ସମୟ ଧରି ଭବାନୀପାଟଣା-ଲାଞ୍ଜିଗଡ଼ ରାସ୍ତାରେ ଯାନବାହନ ଚଳାଚଳ ଠପ୍ ହୋଇଛି । ରାସ୍ତାର ଉଭୟ ପାର୍ଶ୍ଵରେ ବହୁ ସଂଖ୍ୟାରେ ଗାଡିମୋଟର ଅଟକି ରହିଛି ।

ଏଠାରେ ଉଲ୍ଲେଖଯୋଗ୍ୟ, ବାରମ୍ବାର ଏନେଇ ଦାବି କରାଯିବା ସତ୍ବେ ପ୍ରଶାସନିକ ଅଧିକାରୀମାନେ ନଶୁଣିବାରୁ ଶେଷରେ ବାଧ୍ୟ ହୋଇ ରାଜରାସ୍ତାକୁ ଓହ୍ଲାଇଛନ୍ତି ଆଖପାଖ ୧୭ଟି ଗ୍ରାମର ଗ୍ରାମବାସୀ । ତେବେ ଆଗକୁ ଜିଲ୍ଲା ପ୍ରଶାସନ ଏ ଦିଗରେ କ’ଣ ପଦକ୍ଷେପ ନେଉଛନ୍ତି ତାହା ଦେଖିବାକୁ ବାକି ରହିଲା ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande