ଜୟପୁର, ୨୨ ସେପ୍ଟେମ୍ବର (ହି.ସ.) - ଜୟପୁର ସଦର ଥାନା ଅନ୍ତର୍ଗତ ଉମୁରୀ ହରିଜନ ସାହିର ଭାବ ହରିଜନ ଲିଖିତ ଭାବେ ଅଭିଯୋଗ କରିଛନ୍ତି ଯେ ସେହି ଗ୍ରାମର ବୃନ୍ଦାବନ ଓ ତାଙ୍କ ସ୍ତ୍ରୀ ଭାବ ହରିଜନକୁ ଗାଳି ଗୁଲଜ କରିବା ସହ ତାଙ୍କ ସ୍ୱାମୀ କୁ ଜୀବନରେ ମାରିଦେବା ପାଇଁ ଧମକ ଦେଇଛନ୍ତି । ସଦର ଥାନାରେ ଏତଲା ଦେବା ପରେ ସଦର ପୁଲିସ ଏକ ମାମଲା ରଜୁ କରି ତଦନ୍ତ ଆରମ୍ଭ କରିଛନ୍ତି ବୋଲି ଥାନା ଅଧିକାରୀ ସଚିନ୍ଦ୍ର ପ୍ରଧାନ ସୂଚନା ଦେଇଛନ୍ତି । ସେହିପରି ଜୟପୁର ସଦର ଥାନା ଅନ୍ତର୍ଗତ ଫମ୍ପୁଣୀ ଗ୍ରାମର ସୁନୀଲ କୁମାର ପ୍ରଧାନ ଲିଖିତ ଭାବେ ଅଭିଯୋଗ କରିଛନ୍ତି ଯେ ସେହି ଗ୍ରାମର ୪ଜଣ ଯୁବକ ତାଙ୍କ ଦୋକାନ ସମ୍ମୁଖରେ ପିଟିତୁଣ୍ଡ କରିବା ସହ ଜୀବନରେ ମାରିଦେବା ପାଇଁ ଧମକ ଦେଇଛନ୍ତି । ସଦର ଥାନାରେ ଏତଲା ଦେବା ପରେ ସଦର ପୁଲିସ ଏକ ମାମଲା ରଜୁ କରି ତଦନ୍ତ ଆରମ୍ଭ ଥାନା ଅଧିକାରୀ ସଚିନ୍ଦ୍ର ପ୍ରଧାନ ସୂଚନା ଦେଇଛନ୍ତି ।
ହିନ୍ଦୁସ୍ଥାନ ସମାଚାର / ପିକେପି