ଭବାନୀପାଟଣା, ୨୨ ସେପ୍ଟେମ୍ବର (ହି.ସ) - ଅର୍ଥ ବିଭାଗ ସ୍ୱଳ୍ପ ସଂଚୟ ନିର୍ଦ୍ଦେଶାଳୟ ତରଫରୁ ସେବା ପର୍ବ ଉପଲକ୍ଷେ ସଂଚୟ ବୃକ୍ଷରୋପଣ କରାଯାଇ ସ୍ୱଳ୍ପ ସଂଚୟ ତଥା ଆର୍ôଥକ ସ୍ୱାକ୍ଷରତା ଅଭିଯାନ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା । ଏହି ପରିପ୍ରେକ୍ଷିରେ ଜିଲ୍ଲା ଆର୍ôଥକ ସ୍ୱଳ୍ପ ସଂଚୟ ବିଭାଗ ତରଫରୁ ମେଦିନୀପୁର ପଂଚାୟତରେ ଏକ ସଂଚୟ ବୃକ୍ଷରୋପଣ ପରେ ଆଂଚଳିକ ସେବା ଓ ସ୍ୱାକ୍ଷରତା ଶିବିର ଅନୁଷ୍ଠିତ ହୋଇଥିଲା ସହ ନିର୍ଦ୍ଦେଶକ ସ୍ୱଳ୍ପ ସଂଚୟ ଓ ଆର୍ôଥକ ସେବା କଳାହାଣ୍ଡି ବିବେକାନନ୍ଦ ମହାନନ୍ଦଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ର ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ତନ୍ମୟ କୁମାର ଦରୱାନ ଯୋଗଦେଇ କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ ଏବଂ ବୃକ୍ଷରୋପଣ କରିଥିଲେ । ଏହି ଶିବିରରେ ସୁକନ୍ୟା ସମୃଦ୍ଧି ଯୋଜନାରେ କିପରି ବହୁ ଲୋକ ସାମିଲ ହୋଇ ଏହାର ଲାଭ ଉଠାଇପାରିବେ ସେ ସମ୍ପର୍କରେ ଗୁରୁତ୍ୱ ଦିଆଯାଇଥିଲା । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ପଂଚାୟତ ଅଧିକାରୀ ନୃସିଂହ ଚରଣ ପଟ୍ଟନାୟକ, ପୋଷ୍ଟାଲ ସୁପରିଟେନଡେଂଟ ସୁଶାନ୍ତ କୁମାର ପାଣିଗ୍ରାହୀ, ସ୍ଥାନୀୟ ସରପଂଚ, ସମିତି ସଭ୍ୟ, କୃଷକ, ସ୍ୱୟଂ ସହାୟକ ଗୋଷ୍ଠୀ ର ସଦସ୍ୟ ପ୍ରମୁଖ ଯୋଗଦେଇଥିଲେ । କାର୍ଯ୍ୟକ୍ରମକୁ ସହ ନିର୍ଦ୍ଦେଶକ ଜିଲ୍ଲା ସ୍ୱଳ୍ପ ସଂଚୟ ବିଭାଗ ଅଧିକାରୀ ଶ୍ରୀ ମହାନନ୍ଦ ପରିଚାଳନା କରିଥିଲେ ।
ହିନ୍ଦୁସ୍ଥାନ ସମାଚାର / ଜୟକୃଷ୍ଣ