କେନ୍ଦୁଝର, 22 ସେପ୍ଟେମ୍ବର (ହି.ସ.) କେନ୍ଦୁଝର ଷ୍ଟାଡିୟମରେ ସାଂସଦ ଖେଳ ମହୋତ୍ସବ ର ଦ୍ୱିତୀୟ ଦିନରେ ବର୍ଷା ସତ୍ୱେ ଖେଳାଳି ମାନେ ରୋମାଞ୍ଚକର ଖେଳ ପ୍ରଦର୍ଶନ କରିଥିଲେ। ଫୁଟବଲ ରେ କେନ୍ଦୁଝର ଦଳ ସହିତ ଜଡ଼ିଚାତର ଏଫସି ମଧ୍ୟରେ ଖେଳ ଅନୁଷ୍ଠିତ ହୋଇଥିବା ବେଳେ ୧/୦ ଗୋଲରେ ଜଡ଼ିଚାତର ଏଫସି ବିଜୟଲାଭ କରିଥିଲା। ସେହିଭଳି ଭୋଲି ବଲ ଖେଳରେ କେନ୍ଦୁଝର ଦଳ ସହିତ ରାଇସୁଆଁ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଏଥିରେ କେନ୍ଦୁଝର ଦଳ ଜବରଦସ୍ତ ଖେଳ ପ୍ରଦର୍ଶନ କରି ୨/୦ ରେ ରାଇସୁଆଁ ଦଳ ନିକଟରୁ ବିଜୟଲାଭ କରିଥିଲା। ଏହି ସାଂସଦ ଖେଳ ମହୋତ୍ସବ ର ଦ୍ୱିତୀୟ ଦିନରେ ଇଂ ବସନ୍ତ କୁମାର ଦାନୀ ମୁଖ୍ୟ ଅତିଥି ରୂପେ ଯୋଗଦେଇ ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ। ସାଂସଦ ଖେଳ ମହୋତ୍ସବ ର ସଂଯୋଜକ ଦିଲ୍ଲୀପ କୁମାର ପଣ୍ଡା, ମୁଖ୍ୟ ଖେଳ ପରିଚାଳକ ବୀରେନ୍ଦ୍ର କୁମାର ମହାନ୍ତ, ଭାଗିରଥି ସିଂହ,ସାଂସଦ ପ୍ରତିନିଧି ହରିହର ମହାନ୍ତ, ବରୋଦା ପ୍ରସାଦ ସାହୁ ତଥା ଅନ୍ୟମାନେ ଏହି ଖେଳକୁ ପରିଚାଳନା କରିବା ସହିତ ସହଯୋଗ କରିଥିଲେ।
ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA