ପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ସୁସ୍ଥ ନାରୀ ସଶକ୍ତ ପରିବାର କାର୍ଯ୍ୟକ୍ରମ
କେନ୍ଦୁଝର, ୨୨ ସେପ୍ଟେମ୍ବର (ହି.ସ.) - ପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ସୋମବାର ସୁସ୍ଥ ନାରୀ ସଶକୁ ପରିବାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଆୟୋଜିତ ଏହି କାର୍ଯ୍ୟକ୍ରମରେ ସାଧାରଣ ଜନତାଙ୍କ ପାଇଁ ଏକ ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଥିଲା। ଏଥିରେ ଉଚ୍ଚ ରକ୍ତ ଚାପ, ମଧୁମେହ ରକ୍ତ ହୀନ
ପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ସୁସ୍ଥ ନାରୀ ସଶକ୍ତ ପରିବାର କାର୍ଯ୍ୟକ୍ରମ


କେନ୍ଦୁଝର, ୨୨ ସେପ୍ଟେମ୍ବର (ହି.ସ.) - ପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ସୋମବାର ସୁସ୍ଥ ନାରୀ ସଶକୁ ପରିବାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଆୟୋଜିତ ଏହି କାର୍ଯ୍ୟକ୍ରମରେ ସାଧାରଣ ଜନତାଙ୍କ ପାଇଁ ଏକ ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଥିଲା। ଏଥିରେ ଉଚ୍ଚ ରକ୍ତ ଚାପ, ମଧୁମେହ ରକ୍ତ ହୀନତା, ଯକ୍ଷ୍ମା ସିକିଲସେଲ, ଗର୍ଭବତୀ ମହିଳାଙ୍କ ସ୍ୱାସ୍ଥ୍ୟ ପରୀକ୍ଷା, ପୁଷ୍ଟି ହୀନତା, ଦାନୁ ପରୀକ୍ଷା, ମୁଖ ଗହ୍ୱର, ସ୍ତନ କର୍କଟ, ଆଦିର ଡାକ୍ତର ମାନଙ୍କ ଦ୍ୱାରା ପରୀକ୍ଷା ସହିତ ସ୍ୱାସ୍ଥ୍ୟଗତ ପରାମର୍ଶ ଦିଆ ଯାଇଥିଲା। ପୁଷ୍ଟି ସାର ଖାଦ୍ୟର ଶରୀର ପାଇଁ କେତେ ଆବଶ୍ୟକତା ରହିଛି । ତା ଉପରେ ଗୁରୁତ୍ୱ ଦିଆ ଯିବା ସହ ସଚେତନତା ପାଇଁ ପରାମର୍ଶ ଦିଆଯାଇଥିଲା। କାର୍ଯ୍ୟକ୍ରମରେ କେନ୍ଦୁଝର ସାଂସଦ ପାଟଣା ପ୍ରତିନିଧୂ ପ୍ରହ୍ଲାଦ ପଲେଇ, ପାଟଣା ବିଧାୟକ ପ୍ରତିନିଧୂ କମଳା କାନୁ ଦାଶ, ବିଶିଷ୍ଟ ଅତିଥ୍ ଭାବେ ଯୋଗ ଦେଇଥିବା ବେଳେ ସମ୍ମାନୀତ ଅତିଥୂ ଭାବେ ପାଟଣା ବ୍ଲକ ଅଧ୍ୟକ୍ଷା ବୀଣାପାଣି ନାୟକ, ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧୂକାରୀ ଡଃ ଶୁଭେନ୍ଦୁ ସାଗର କୁମାର ନାଏକ, ପାଟଣା ସୁରକ୍ଷା କମିଟି ଆବାହକ ବିଜୟ ରନ୍ଧ୍ର ପତି,ସାମାଜିକ କର୍ମୀ ଯୁଗଳ କିଶୋର ଦାଶ ପ୍ରମୁଖଙ୍କ ସହିତ ଗଣମାଧ୍ୟମ ପ୍ରତିନିଧୂମାନେ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମରେ ସ୍ତ୍ରୀ ରୋଗ ବିଶେଷଜ୍ଞ ଡାକ୍ତର ଗୀତାଞ୍ଜଳି ପାତ୍ର, ଶିଶୁ ରୋଗ ବିଶେଷଜ୍ଞ ଡାକ୍ତର ରାଧାରମଣ ସାହୁ, ଡାକ୍ତର ଯାଞ୍ଜେସେନୀ ମହାନ୍ତି, ଡ଼ାକ୍ତର କାଶିଶ ଗୁପ୍ତା, ଆୟୁଷ ଡାକ୍ତର ପାର୍ଥସାରଥୀ ଦାଶ, ପ୍ରମୁଖ ସାମିଲ ଥିଲେ । କାର୍ଯ୍ୟକ୍ରମରେ ଜନ ସ୍ୱାସ୍ଥ୍ୟ ଅଧୂକାରୀ ସରୋଜିନୀ ସେଠୀ, ବିପିଏମ ଦୀପକ କୁମାର ନାୟକ, ଓ ଅନ୍ୟ କର୍ମଚାରୀମାନେ ପରିଚାଳନା ଗତ ସହଯୋଗ ଯୋଗାଇଥିଲେ ।

ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA


 rajesh pande