ସମ୍ବଲପୁର, ୨୨ ସେପ୍ଟେମ୍ବର (ହି.ସ.) ସମ୍ବଲପୁର ଜିଲ୍ଲା ଜମନକିରା ବ୍ଲକ ଅନ୍ତର୍ଗତ ଫାଶିମାଲ ପଞ୍ଚାୟତ ସଦର ମହକୁମା ସ୍ଥିତ ଉନ୍ନୀତ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଆଜି 'ସୁସ୍ଥ ନାରୀ, ସଶକ୍ତ ପରିବାର ଅଭିଯାନ'ରେ ବିଶେଷଜ୍ଞ ଡାକ୍ତରଙ୍କ ଏକ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୋଟ ୫୪୫ ଜଣ ରୋଗୀଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯାଇ ମାଗଣାରେ ସେମାନଙ୍କୁ ଔଷଧ ବଣ୍ଟନ କରାଯାଇଥିଲା। ସମ୍ବଲପୁର ଜିଲ୍ଲା ଭିମସାରରୁ ମେଡ଼ିସିନ୍ ବିଶେଷଜ୍ଞ ଡା: ସିଦ୍ଧାନ୍ତ ମହାପାତ୍ର, ସ୍ତ୍ରୀ ଓ ପ୍ରସୂତି ରୋଗ ବିଶେଷଜ୍ଞ ଡ଼ା: ଲିନା ବାରୁ ଏବଂ ଦନ୍ତ ବିଶେଷଜ୍ଞ ଡ଼ା: ସମ୍ବିତ ପଟ୍ଟନାୟକ ପ୍ରମୁଖ ରୋଗୀ ମାନଙ୍କୁ ପରୀକ୍ଷା କରିଥିଲେ। ଏହି ରୋଗୀସେବା ବେଳେ ସେମାନଙ୍କୁ ସିଏଚସି ର ଡାକ୍ତରମାନେ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ। ସିଏଚସି ର ସୂପରିଟେଣ୍ଡେଣ୍ଟ ଡ଼ା: ହରିଶ ଚନ୍ଦ୍ର ବାଘ କାର୍ଯ୍ୟକ୍ରମକୁ ପରିଚାଳନା କରିଥିବା ବେଳେ ଅନ୍ୟ ଅଧିକାରୀ ଓ କର୍ମଚାରୀମାନେ ସହଯୋଗ କରିଥିଲେ।
---------------
ହିନ୍ଦୁସ୍ଥାନ ସମାଚାର / ଶୈଳେଶ