'ସୁସ୍ଥ ନାରୀ, ସଶକ୍ତ ପରିବାର ଅଭିଯାନ' କାର୍ଯ୍ଯକ୍ରମ
'ସୁସ୍ଥ ନାରୀ, ସଶକ୍ତ ପରିବାର ଅଭିଯାନ' କାର୍ଯ୍ଯକ୍ରମ
'ସୁସ୍ଥ ନାରୀ, ସଶକ୍ତ ପରିବାର ଅଭିଯାନ' କାର୍ଯ୍ଯକ୍ରମ


'ସୁସ୍ଥ ନାରୀ, ସଶକ୍ତ ପରିବାର ଅଭିଯାନ' କାର୍ଯ୍ଯକ୍ରମ


ସମ୍ବଲପୁର, ୨୨ ସେପ୍ଟେମ୍ବର (ହି.ସ.) ସମ୍ବଲପୁର ଜିଲ୍ଲା ରେଙ୍ଗାଲି ସ୍ଥିତ ପ୍ରାଥମିକ ସ୍ବାସ୍ଥ୍ଯ କେନ୍ଦ୍ରଠାରେ ସ୍ବାସ୍ଥ୍ଯ ବିଭାଗ ପକ୍ଷରୁ 'ସୁସ୍ଥ ନାରୀ, ସଶକ୍ତ ପରିବାର ଅଭିଯାନ' କାର୍ଯ୍ଯକ୍ରମ ଅନୁଷ୍ଠିତ ହୋଇଯାଇଛି। ରେଙ୍ଗାଲି ଜିଲ୍ଲା ପରିଷଦ ସଦସ୍ଯ ଚୋଳଶ୍ରୀ ମହାନନ୍ଦ, ଲଇଡା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଚିକିତ୍ସାଧୀକାରୀ ଡାକ୍ତର ଆଶିଷ ମାଝୀ, ରେଙ୍ଗାଲି ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରର ଡାକ୍ତର ଶୁଭମ୍ ସିଂ, ଫାର୍ମାସିଷ୍ଟ ସୁରେନ୍ଦ୍ର ମୋହନ ବେହେରା ପ୍ରମୁଖ ଉପସ୍ଥିତ ରହି ଏହି କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ l ଅଭିଯାନରେ ରୋଗ ଚିହ୍ନଟ, ଔଷଧ ବଣ୍ଟନ, ଡାକ୍ତରୀ ପରାମର୍ଶ କରାଯାଉଛି । ରେଙ୍ଗାଲି ସମେତ ପଡୋଶୀ ଝାରସୁଗୁଡା ଜିଲ୍ଲା ତିଲିଆ ପଂଚାୟତର ବହୁ ସଂଖ୍ୟକ ମହିଳାମାନେ ଏହି କାର୍ଯ୍ଯକ୍ରମରେ ଯୋଗ ଦେଇ ଡାକ୍ତରୀ ପରାମର୍ଶ ନେଇଥିଲେ । ମହିଳାମାନେ ସୁସ୍ଥ ରହିଲେ ପରିବାର ସମ୍ପୂର୍ଣ୍ଣ ସୁସ୍ଥ ରହିବ ବୋଲି ମହିଳାମାନେ ମତ ବ୍ଯକ୍ତ କରିବା ସହ ଏହି ଅଭିଯାନ ପାଇଁ ରାଜ୍ଯ ଓ କେନ୍ଦ୍ର ସରକାରଙ୍କୁ ଧନ୍ଯବାଦ ଦେଇଛନ୍ତି।

---------------

ହିନ୍ଦୁସ୍ଥାନ ସମାଚାର / ଶୈଳେଶ


 rajesh pande