ଟାଟା ଷ୍ଟିଲ କାଟାମାଟି ଖଣି ରିଓ ଟିଣ୍ଡୋ ହେଲଥ ଏଣ୍ଡ ସେପ୍ଟି' ପୁରସ୍କାରରେ ସମ୍ମାନିତ
କେନ୍ଦୁଝର, ୨୨ ସେପ୍ଟେମ୍ବର (ହି.ସ.) - କେନ୍ଦୁଝର ଜିଲ୍ଲାର ଯୋଡା ବ୍ଲକ୍ ଅଧୀନରେ ଅବସ୍ଥିତ ଟାଟା ଷ୍ଟିଲର କାଟାମାଟି ଲୌହ ଖଣିକୁ ଫେଡେରେସନ୍ ଅଫ୍ ଇଣ୍ଡିଆନ୍ ମିନେରାଲ୍ ଇଣ୍ଡଷ୍ଟ୍ରିଜ୍ ପକ୍ଷରୁ ନୂଆଦିଲ୍ଲୀରେ ଆୟୋଜିତ ୫୯ତମ ବାର୍ଷିକ ସାଧାରଣ ବୈଠକରେ ‘ରିଓ ଟିଣ୍ଡୋ ହେଲ୍‌ଥ ଏଣ୍ଡ ସେପ୍ଟି'' ପୁରସ୍କାର
ଟାଟା ଷ୍ଟିଲ କାଟାମାଟି ଖଣି ରିଓ ଟିଣ୍ଡୋ ହେଲଥ ଏଣ୍ଡ ସେପ୍ଟି' ପୁରସ୍କାରରେ ସମ୍ମାନିତ


କେନ୍ଦୁଝର, ୨୨ ସେପ୍ଟେମ୍ବର (ହି.ସ.) - କେନ୍ଦୁଝର ଜିଲ୍ଲାର ଯୋଡା ବ୍ଲକ୍ ଅଧୀନରେ ଅବସ୍ଥିତ ଟାଟା ଷ୍ଟିଲର କାଟାମାଟି ଲୌହ ଖଣିକୁ ଫେଡେରେସନ୍ ଅଫ୍ ଇଣ୍ଡିଆନ୍ ମିନେରାଲ୍ ଇଣ୍ଡଷ୍ଟ୍ରିଜ୍ ପକ୍ଷରୁ ନୂଆଦିଲ୍ଲୀରେ ଆୟୋଜିତ ୫୯ତମ ବାର୍ଷିକ ସାଧାରଣ ବୈଠକରେ ‘ରିଓ ଟିଣ୍ଡୋ ହେଲ୍‌ଥ ଏଣ୍ଡ ସେପ୍ଟି' ପୁରସ୍କାର ପ୍ରଦାନ କରା ଯାଇଛି।

ଏହି ସମ୍ମାନନୀୟ ପୁରସ୍କାରଟି ଭାରତ ସରକାରଙ୍କ କୋଇଲା ଓ ଖଣିଜ ରାଷ୍ଟ୍ର ମନ୍ତ୍ରୀ ଶତୀଶ ଚନ୍ଦ୍ର ଦୁବେ, ଏଫଅଇଏମଆଇ ଅଧ୍ୟକ୍ଷ ଶନ୍ଥେଶ ଗୁରେଡ଼ି ଏବଂ ଏଫଆଇଏମଆଇ ଉପାଧ୍ୟକ୍ଷ ସୌଭିକ୍ ମଜୁମଦାରଙ୍କ ଦ୍ୱାରା ପ୍ରଦାନ କରାଯାଇଥିଲା।

କମ୍ପାନୀ ପକ୍ଷରୁ କ।ଟାମାଟି ଖଣି ହେଡ୍ ଅଜୟ କୁମାର ଗୋୟଲ, ହେଡ୍‌, ଇକ୍ସିପ୍‌ମେଂଟ, ଏ.ଜେ. ଜର୍ଜ, ହେଡ୍‌, ସେପ୍ଟି - ଓଏମକ୍ୟୁ, ଅଭୟ ଗୁପ୍ତା ଓ କାଟାମାଟି ଖଣି ୟୁନିୟନ୍ ଅଧ୍ୟକ୍ଷ ଅନୁଜ କୁମାର ସୁନ୍ଧି ଏହି ପୁରସ୍କାର ଗ୍ରହଣ କରିଥିଲେ ।

ଦେଶର ବିଭିନ୍ନ ସ୍ଥାନରୁ ମୋଟ ୨୭ଟି ଖଣି ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ। ସିଏଇଆର୍ ଆର୍ – ସେଂଟ୍ରାଲ୍ ଇନ୍‌ଷ୍ଟିଟ୍ୟୁଟ୍ ଅଫ୍ ମାଇନିଂ ଏଣ୍ଡ ଫୁଏଲ୍ ରିସର୍ଜର ନିର୍ଦ୍ଦେଶକ ପ୍ରୋଫେସର । ଅରବିନ୍ଦ କୁମାର ମିଶ୍ରଙ୍କ ଅଧ୍ୟକ୍ଷତାରେ ଗଠିତ ନ୍ୟାୟାଧୀନ କମିଟି କାଟାମାଟି ଖଣି କୁ ଏହି ସମ୍ମ ସମ୍ମାନ ପାଇଁ ଚୟନ କରିଥିଲା। କାଟାମାଟି ଖଣି ସ୍ୱାସ୍ଥ୍ୟ, ପରିବେଶୀୟ ଓ ପରିଚାଳନାରେ ସୁପ୍ରଶଂସନୀୟ ଉଦ୍ୟମ ପାଇଁ ଏହି ପୁରସ୍କାର ଅର୍ଜ ଅର୍ଜନ କରିଛି। ଗ୍ରାମାଂଚଳରେ ବସବାସ କରୁଥିବା ଲୋକଙ୍କ ସାମୁଦାୟିକ ମଙ୍ଗଳ, ଶିକ୍ଷା ଓ କୌଶଳ ବିକାଶ, ସ୍ୱାସ୍ଥ୍ୟ ଓ ଓ ପରିଚ୍ଛନ୍ନତା, ଜୀବିକାମୂଳକ ଉଦ୍ୟମ ସହିତ ବିଭିନ୍ନ ସାମାଜିକ ପ୍ରୟାସଗୁଡ଼ିକ ମଧ୍ୟ କାଟାମାଟି ଖଣି ରୁ କରାଯାଇଛି।

ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA


 rajesh pande