ଜୟପୁର22 ସେପ୍ଟେମ୍ବର (ହି.ସ.)ହୋଟେଲରେ ଗାଳିଗୁଲଜ କରିବା ସହ ମାଡ ମାରି ଛୁରିରେ ଆକ୍ରମଣ କରି ଜୀବନରେ ମାରିଦେବା ଧମକ ଦେଇଥିବା ନେଇ ଆଜି ସଦରଥାନାରେ ଏକ ମାମଲା ରୁଜୁ ହୋଇଛି। ଗତକାଲି ସନ୍ଧ୍ୟାରେ ରାଜକିରଣ ଘଡେଇଙ୍କ ସ˚ପର୍କୀୟ ସନୁ ଘଡେଇ ହୋଟେଲକୁ ଯାଇ ରାଜକିରଣକୁ ଜୀବନରେ ମାରିବା ପାଇଁ ଚେଷ୍ଟା କରିବା ସହ ଛୁରୀରେ ଆକ୍ରମଣ କରିଥିଲେ। ଏକୁଟିଆ ଦେଖି ଜୀବନରେ ମାରିଦେବାକୁ ଧମକ ଦେବା ପରେ ରାଜକିରଣ ନିଜ ଜୀବନ ଉପରେ ବିପଦ ଅଛି ଭାବି ସଦରଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗକୁ ଭିତ୍ତିକରି ସଦରପୁଲିସ ଏକ ମକଦ୍ଧମା ରୁଜୁ କରିଥିବା ସଦରଥାନା ଅଧିକାରୀ ସଚ୍ଚିନ୍ଦ୍ର ପ୍ରଧାନ ପ୍ରକାଶ କରିଛନ୍ତି।
---------------
ହିନ୍ଦୁସ୍ଥାନ ସମାଚାର / ପିକେପି