ବଲାଙ୍ଗିର, ୨୨ ସେପ୍ଟେମ୍ବର (ହି.ସ.)- ଆଜି ୟୁଜିଏଚ୍ଏସ୍ ଚିକଲ ବାହାଲରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କରାଟେ କୋଚ ତଥା ପରିବେଶ ପ୍ରେମୀ ଅସୀମ କୁମାର ଭୋଇ ନିଜ ଉଦ୍ୟମରେ ଆଜି ଚିକଲ ବାହାଲ ସ୍କୁଲ ପରିସରରେ ୨୯ଟି ଚାରା ରୋପଣ କରିଛନ୍ତି । ଯୁବ ସମାଜ ସେବୀ ତଥା ଅସୀମ ଭୋଇଙ୍କ ଏଭଳି ଉଦ୍ୟମକୁ ସ୍କୁଲ ପ୍ରଧାନ ଶିକ୍ଷକ ରାଜ କିଶୋର ପଧାନ ପ୍ରଶଂସା କରିଛନ୍ତି ।
ପ୍ରକାଶ ଥାଉ କି, ରାଜ୍ୟ ସରକାର ପ୍ରକୃତି ମିତ୍ର ପୁରସ୍କାରପ୍ରାପ୍ତ ସଂଗଠନ ବଲାଙ୍ଗିର ଜିଲ୍ଲା ଯୁବ କୁଲୁତା ସମାଜର ସଭାପତି ଅଟନ୍ତି ଅସୀମ ଭୋଇ । ଏହି ଅବସରରେ ସମସ୍ତ ଛାତ୍ରଛାତ୍ରୀ ନିଜ ବାଡିରେ ଗୋଟିଏ ଲେଖାଏଁ ଗଛ ଲଗାଇବା ସହ ପ୍ଲାଷ୍ଟିକ ମୁକ୍ତ ପରିବେଶ ଗଢିବା ପାଇଁ ଶ୍ରୀ ଭୋଇ ଛାତ୍ରମାନଙ୍କୁ ପରାମର୍ଶ ଦେଇଛନ୍ତି।
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ