ମାଈ ହାତୀର ଗଳିତ ମୃତଦେହ ଉଦ୍ଧାର
କେନ୍ଦୁଝର, ୨୨ ସେପ୍ଟେମ୍ବର (ହି.ସ.) - କେନ୍ଦୁଝର ବନଖଣ୍ଡ ତେଲକୋଇ ରେଞ୍ଜ ବିମଳା ଫରେଷ୍ଟ ସେକ୍ସନ ଅଧିନ ରାଣିବଡ଼ା ସଂରକ୍ଷିତ ଜଙ୍ଗଲର କୁଡବିଲ ଗ୍ରାମ କାଉବସା ନଦୀ ନିକଟରୁ ମାଈ ହାତୀର ଗଳିତ ମୃତଦେହ ଉଦ୍ଧାର ହୋଇଛି। ମୃତ ହାତୀଟିର ବୟସ ୮ ରୁ ୧୦ ବର୍ଷ ଭିତରେ ହୋଇଥିବ ବୋଲି ବନ ବିଭାଗ ଅନୁମାନ କରୁଛି। ହ
ମାଈ ହାତୀର ଗଳିତ ମୃତଦେହ ଉଦ୍ଧାର


କେନ୍ଦୁଝର, ୨୨ ସେପ୍ଟେମ୍ବର (ହି.ସ.) - କେନ୍ଦୁଝର ବନଖଣ୍ଡ ତେଲକୋଇ ରେଞ୍ଜ ବିମଳା ଫରେଷ୍ଟ ସେକ୍ସନ ଅଧିନ ରାଣିବଡ଼ା ସଂରକ୍ଷିତ ଜଙ୍ଗଲର କୁଡବିଲ ଗ୍ରାମ କାଉବସା ନଦୀ ନିକଟରୁ ମାଈ ହାତୀର ଗଳିତ ମୃତଦେହ ଉଦ୍ଧାର ହୋଇଛି। ମୃତ ହାତୀଟିର ବୟସ ୮ ରୁ ୧୦ ବର୍ଷ ଭିତରେ ହୋଇଥିବ ବୋଲି ବନ ବିଭାଗ ଅନୁମାନ କରୁଛି। ହାତୀଟିର ୪ ରୁ ୫ ଦିନ ତଳେ ମୃତ୍ୟୁ ହୋଇଥାଇପାରେ ବୋଲି କୁହାଯାଉଛି। ଖବର ପାଇ ତେଲକୋଇ ବନାଂଚଳ ଅଧିକାରୀ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛନ୍ତି।

ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA


 rajesh pande