ବଲାଙ୍ଗିର, ୨୨ ସେପ୍ଟେମ୍ବର (ହି.ସ.)- ବିଶ୍ବାତ୍ମ ବିଦ୍ୟାମନ୍ଦିର, ଆନନ୍ଦ ନିକେତନ, ଖୁଜେନପାଲି, ବଲାଙ୍ଗିର ଠାରେ ଭାରତ ସ୍କାଉଟ ଏବଂ ଗାଇଡ଼ ପକ୍ଷରୁ “ ବିଶ୍ୱ ଶାନ୍ତି ଦିବସ ପାଳନ କରାଯାଇଥିଲା । ସ୍କାଉଟ୍ ମାଷ୍ଟର ସଞ୍ଜୟ କୁମାର ଦାଶଙ୍କ ନେତୃତ୍ବରେ ବିଶ୍ବାତ୍ମ ବିଦ୍ୟାମନ୍ଦିର ପ୍ରାଚାର୍ଯ୍ୟ ଡଃ. ସୁଶାନ୍ତ କୁମାର ପ୍ରଧାନ ମୁଖ୍ୟ ଅତିଥି ଭାବରେ ଯୋଗଦାନ କରିଥିଲେ ଓ ବିଶ୍ବାତ୍ମ ବିଦ୍ୟା ମନ୍ଦିରର ପ୍ରଧାନ ଆଚାର୍ଯ୍ୟ ତରୁଣ କୁମାର ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଏହି ସଭାଟି ପରିଚାଳିତ ହୋଇଥିଲା । ଉକ୍ତ ସଭାରେ ବିଶ୍ବାତ୍ମ ବିଦ୍ୟା ମନ୍ଦିର, ଆନନ୍ଦ ନିକେତନର ଛାତ୍ରୀ ସୁଶ୍ରୀ ବିନ୍ଦିଆ ବେହେରା ନିଜର ଗରିମା ପୂର୍ଣ୍ଣ ବକ୍ତବ୍ୟ ରଖିଥିଲେ । ବିଦ୍ୟା ମନ୍ଦିରର ବିନୋଦିନୀ ସାହୁ ଗୁରୁମା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।
ଏହି ଅବସରରେ ବିଶ୍ବାତ୍ମ ବିଦ୍ୟା ମନ୍ଦିର, ବଲାଙ୍ଗୀର ସ୍କାଉଟ୍ ଓ ଗାଇଡ୍ ଭାଇ-ଭଉଣୀ ମାନେ ସଚେତନତା ଶୋଭାଯାତ୍ରା ଓ ବୃକ୍ଷରୋପଣ କରିଥିଲେ ।
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ