ଭୁବନେଶ୍ୱର, 22 ସେପ୍ଟେମ୍ବର (ହି.ସ.)
- ରାଜ୍ୟ ସରକାର
ଚିଟଫଣ୍ଡ କ୍ଷତିଗ୍ରସ୍ତଙ୍କୁ ଗତ ୧୪ ମାସ ମଧ୍ୟରେ ୪୯ କୋଟି ୬୭ ଲକ୍ଷ ୬୮ ହଜାର ୫୪୮ ଟଙ୍କା
ଫେରସ୍ତ କରିଛନ୍ତି । ରୋଜ୍ ଭ୍ୟାଲି ଗ୍ରୁପ୍ ଅଫ୍ କମ୍ପାନୀ, ଗୋଲଡେନ୍ ଲ୍ୟାଣ୍ଡ ଡେଭଲପର୍ସ ଗ୍ରୁପ୍ ଅଫ୍ କମ୍ପାନୀ, ହାଇ-ଟେକ୍ ଇଷ୍ଟେଟସ୍ ଗ୍ରୁପ୍ ଅଫ୍ କମ୍ପାନୀର ଏବଂ ମାନ୍ୟବର ତଦନ୍ତ କମିଶନଙ୍କ
ଅନ୍ତରୀଣ ରିପୋର୍ଟରେ ସୁପାରିଶ କରାଯାଇଥିବା ଜମାକାରୀଙ୍କୁ ମିଶାଇ ସର୍ବ ମୋଟ ୧ ଲକ୍ଷ ୩୩ ହଜାର
୭୫୫ ଜଣ କ୍ଷତିଗ୍ରସ୍ତ ଜମାକାରୀ ଅନ୍ତର୍ଭୁକ୍ତ ।
୪ ଲକ୍ଷ ୭୨ ହଜାର ୬୫୧ ଜଣ
କ୍ଷୁଦ୍ର ଜମାକାରୀକୁ କର୍ପସ ପାଣ୍ଠିରୁ ଅର୍ଥ ଫେରସ୍ତ ପାଇଁ ସୁପାରିଶ କରିଥିଲେ । ସେମାନଙ୍କ
ମଧ୍ୟରୁ ୯୬ ହଜାର ୮୦୧ ଜଣ କ୍ଷୁଦ୍ର ଜମାକାରୀକୁ ୪୬ କୋଟି ଟଙ୍କା କର୍ପସ ପାଣ୍ଠିରୁ ଫେରସ୍ତ
କରାଯାଇଛି । ରାଜ୍ୟ ସରକାର କ୍ଷୁଦ୍ର ଜମାକାରୀ ମାନଙ୍କୁ କ୍ଷତିପୂରଣ ପ୍ରଦାନ ନିମନ୍ତେ ୩୦୦
କୋଟି ଟଙ୍କାର ଏକ କର୍ପସ୍ ପାଣ୍ଠି ସୃଷ୍ଟି କରିଛନ୍ତି ।
ରାଜ୍ୟରେ ଆନୁମାନିକ ୨୪,୭୫,୭୮୨ କ୍ଷତିଗ୍ରସ୍ତ
ଜମାକାରୀ ୬ ହଜାର ୮୬୦ କୋଟି ୧୪ ଲକ୍ଷ ୪୨ ହଜାର ୨୬୩ ଟଙ୍କା ବିଭିନ୍ନ ବେଆଇନ୍ ଆର୍ଥିକ ପ୍ରତିଷ୍ଠାନରେ
ପୁଞ୍ଜିନିବେଶ କରିଛନ୍ତି । ୩ ଲକ୍ଷ ୧୬ ହଜାର ୦୬୩ ଜଣ ଜମାକାରୀଙ୍କୁ ମୋଟ ୧୨୩ କୋଟି ଟଙ୍କା
ଫେରସ୍ତ କରାଯାଇଛି । ବିଧାୟକ ଗୌତମ ବୁଦ୍ଧ ଦାସଙ୍କ ପ୍ରଶ୍ନରେ ଉତ୍ତର ରଖିଛନ୍ତି ମୁଖ୍ୟମନ୍ତ୍ରୀ
।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା