ଭୁବନେଶ୍ୱର, 22 ସେପ୍ଟେମ୍ବର (ହି.ସ.)- ସିଆଇଡବ୍ଲୁଏରେ
ଦ୍ୱିତୀୟତମ ଜାତୀୟ କର୍ମଶାଳା । ସିଆଇଡବ୍ଲୁଏ ଓ ଆଇସିଏଆରର ମିଳିତ୍ ଉଦ୍ୟମରେ ଦେଶରେ ଚାରା
ଉତ୍ପାଦନ ଓ ଉନ୍ନତ ମାନର ଚାରା ସୃଷ୍ଟିକୁ ନେଇ ସିଆଇଡବ୍ଲୁଏରେ ଏକ କର୍ମଶାଳା ବା ପ୍ରଶିକ୍ଷଣ
ଶିବିର ଅନୁଷ୍ଠିତ ହୋଇଛି। ୧୭ ଟି ରାଜ୍ୟର ପ୍ରତିନିଧିଙ୍କୁ ନେଇ ଏହି କର୍ମଶାଳା ଅନୁଷ୍ଠିତ
ହୋଇଛି । ଏହି ପ୍ରତିନିଧି ବା ବୈଜ୍ଞାନିକ ମାନେ ଚାରାର ଉତ୍ପାଦନ ଓ ଉନ୍ନତ ମାନର ଚାରା ଉତ୍ପାଦନ
ଦିଗରେ ଗବେଷଣା କରୁଥିବା ବେଳେ ଏହି ବୈଜ୍ଞାନିକ ମାନଙ୍କୁ ନେଇ ଏହି କର୍ମଶାଳାର ଆୟୋଜନ
କରଯାଇଛି। ୨୨ ସେପ୍ଟେମ୍ୱର ରୁ ୨୬ ସେପ୍ଟେମ୍ବର ଯାଏଁ ଏହି କର୍ମଶାଳାର ଆୟୋଜନ କରାଯିବ। ଉଭୟ
କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ ମତ୍ସ୍ୟ ପଶୁ ସମ୍ପଦ ବିଭାଗର ମିଳିତ ଉଦ୍ୟମରେ ଏହି
କର୍ମଶାଳାର ଆୟୋଜନ କରଯାଇଛି। ଏହି କର୍ମଶାଳାକୁ ମତ୍ସ୍ୟ ପଶୁ ସମ୍ପଦ ବିକାଶ ମନ୍ତ୍ରୀ
ଗୋକୁଳାନନ୍ଦ ମଲ୍ଲିକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କର୍ମଶାଳାର ଶୁଭାରମ୍ଭ କରିଥିବା ବେଳେ
ମତ୍ସ୍ୟ ପଶୁ ସମ୍ପଦ ବିଭାଗର ନିର୍ଦେଶକ ବିଜୟ ଅମୃତ କୁଲାଙ୍ଗେ, ଅତିରିକ୍ତ ସଚିବ ରିନା ମୋହାପତ୍ର, ମତ୍ସ୍ୟ ପଶୁ ସମ୍ପଦ ବିକାଶ କେନ୍ଦ୍ର ସରକାରଙ୍କ ସହ ଅନ୍ୟାନ୍ୟ ଅତିଥି ମାନେ ଆଜିର
କର୍ମଶାଳାରେ ଯୋଗ ଦେଇଥିଲେ ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା