ପାଚିକା ସହାୟିକାଙ୍କୁ ସରକାରୀ କର୍ମଚାରୀ ମାନ୍ୟତା, ସର୍ବନିମ୍ନ ମଜୁରୀ ବୃଦ୍ଧି ଦାବିରେ ଜିଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ଘେରାଉ
ବଲାଙ୍ଗିର, ୨୨ ସେପ୍ଟେମ୍ବର (ହି.ସ.)- ମଧ୍ୟାହ୍ନଭୋଜନ ପାଚିକା ସହାୟିକାଙ୍କୁ ସରକାରୀ କର୍ମଚାରୀ ମାନ୍ୟତା, ସର୍ବନିମ୍ନ ମଜୁରୀ ବୃଦ୍ଧି, ବର୍ଷକୁ ୧୨ ମାସର ପାରିଶ୍ରମିକ ପ୍ରଦାନ ଦାବିରେ ସୋମବାର ପାଚିକା ସହାୟିକା ସଂଘ ପକ୍ଷରୁ ଜିଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ଘେରାଉ କରାଯାଇଛି। ଏଆଇଟିୟୁସି ସହବ
ପାଚିକା ସହାୟିକାଙ୍କୁ ସରକାରୀ କର୍ମଚାରୀ ମାନ୍ୟତା, ସର୍ବନିମ୍ନ ମଜୁରୀ ବୃଦ୍ଧି ଦାବି ରେ ଶିକ୍ଷା ଜିଲ୍ଳା କାର୍ଯ୍ୟାଳୟ ଘେରାଉ


ବଲାଙ୍ଗିର, ୨୨ ସେପ୍ଟେମ୍ବର (ହି.ସ.)- ମଧ୍ୟାହ୍ନଭୋଜନ ପାଚିକା ସହାୟିକାଙ୍କୁ ସରକାରୀ କର୍ମଚାରୀ ମାନ୍ୟତା, ସର୍ବନିମ୍ନ ମଜୁରୀ ବୃଦ୍ଧି, ବର୍ଷକୁ ୧୨ ମାସର ପାରିଶ୍ରମିକ ପ୍ରଦାନ ଦାବିରେ ସୋମବାର ପାଚିକା ସହାୟିକା ସଂଘ ପକ୍ଷରୁ ଜିଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ଘେରାଉ କରାଯାଇଛି। ଏଆଇଟିୟୁସି ସହବନ୍ଧିତ ନିଖିଳ ଓଡ଼ିଶା ଏମ୍‌ଡିଏମ୍‌ ପାଚିକା ସହାୟିକା ସଂଘ ପକ୍ଷରୁ କୋଶଳ କଳାମଣ୍ଡଳ ପଡ଼ିଆରୁ ବାହାରି ଏକ ରାଲିରେ ସହର ପରିକ୍ରମା କରି ଜିଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ଘେରାଉ କରିଥିଲେ। ଜିଲା ଶିକ୍ଷା ଅଧିକାରୀ ଅଫିସରେ ନ ଥିବାରୁ ସେମାନେ ଅଫିସ ସମ୍ମୁଖରେ ଧାରଣାରେ ବସିଥିଲେ।

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande