ଭୁବନେଶ୍ୱର, 22 ସେପ୍ଟେମ୍ବର (ହି.ସ.)- ରାଜ୍ୟର 25
ଜଣ ଆଇଏଏସ ଅଧିକାରୀ ଓ 28 ଜଣ ଆଇପିଏସ ଅଧିକାରୀ କେନ୍ଦ୍ରୀୟ ଡେପୁଟେସନରେ ଅଛନ୍ତି । ରାଜ୍ୟରେ
ମଞ୍ଜୁରି ପ୍ରାପ୍ତ ଆଇଏଏସ ପଦବୀ ସଂଖ୍ୟା 248 ରହିଥିବା ବେଳେ ଖାଲି ରହିଛି 45 ଜଣ ଆଇଏଏସ ପଦବୀ
। ମଞ୍ଜୁରୀ ପ୍ରାପ୍ତ ଆଇପିଏସ ପଦବୀ 195 ଥିବା ବେଳେ ଖାଲି ରହିଛି 66 ଆଇପିଏସ ପଦବୀ । 2248 ଓଏଏସ
ପଦବୀ ଥିବା ବେଳେ ଖାଲି ରହିଛି 342 ଓଏଏସ ପଦବୀ । ସେହିଭଳି 849 ଓପିଏସସି ପଦବୀ ଥିବା ବେଳେ
ଖାଲି ଅଛି 141 ପଦବୀ । ବିଧାୟକ ମନୋହର ରାନ୍ଧାରୀଙ୍କ ପ୍ରଶ୍ନର ଉତ୍ତର ଦେଇଛନ୍ତି ମୁଖ୍ୟମନ୍ତ୍ରୀ
।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା