ଝାଲପଡା-କାକୁଡିକୁଦ ବ୍ରାହ୍ମଣୀ ନଦୀ ଅବସ୍ଥା ଶୋଚନୀୟ : ମରାମତି ତୁରନ୍ତ ଦାବି
ଧର୍ମଶାଳା,୨୧ସେପ୍ଟେମ୍ବର(ହି.ସ.) - ରାଜ୍ୟରେ ଲଗାଣ ବର୍ଷା ଲାଗି ରହିଛି । ଲଗାଣ ବର୍ଷା ଜଳରେ ରାସ୍ତା ଘାଟ ଠାରୁ ଆରମ୍ଭ କରି ନଦୀ ବନ୍ଧ ଓ ନଦୀ ବନ୍ଧ ରାସ୍ତା ଅବସ୍ଥା ଦିନକୁ ଦିନ ଶୋଚନୀୟ ହେବାରେ ଲାଗିଛି । ସେପଟେ ନଦୀରେ ବନ୍ୟା ଜଳ ନିଷ୍ମାସିତ ହେଉଛି । ଅଧିକ ବନ୍ୟା ଜଳ ଆସିଲେ ନଦୀ ବନ୍ଧର ସ୍ଥାୟୀତ୍
ଝାଲପଡା-କାକୁଡିକୁଦ ବ୍ରାହ୍ମଣୀ ନଦୀ ଅବସ୍ଥା ଶୋଚନୀୟ : ମରାମତି ତୁରନ୍ତ ଦାବି


ଧର୍ମଶାଳା,୨୧ସେପ୍ଟେମ୍ବର(ହି.ସ.) - ରାଜ୍ୟରେ ଲଗାଣ ବର୍ଷା ଲାଗି ରହିଛି । ଲଗାଣ ବର୍ଷା ଜଳରେ ରାସ୍ତା ଘାଟ ଠାରୁ ଆରମ୍ଭ କରି ନଦୀ ବନ୍ଧ ଓ ନଦୀ ବନ୍ଧ ରାସ୍ତା ଅବସ୍ଥା ଦିନକୁ ଦିନ ଶୋଚନୀୟ ହେବାରେ ଲାଗିଛି । ସେପଟେ ନଦୀରେ ବନ୍ୟା ଜଳ ନିଷ୍ମାସିତ ହେଉଛି । ଅଧିକ ବନ୍ୟା ଜଳ ଆସିଲେ ନଦୀ ବନ୍ଧର ସ୍ଥାୟୀତ୍ୱକୁ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଅନ୍ୟ ପକ୍ଷରେ ଉଭୟ ନଦୀ କୂଳରେ ବସବାସ କରୁଥିବା ଲୋକେ ଏବେ ଆତଙ୍କିତ ହୋଇ ପଡୁଛନ୍ତି । ତେବେ ରାସ୍ତାଘାଟ ଓ ନଦୀ ବନ୍ଧ ମରାମତିରେ ବ୍ୟାପକ ଅନିୟମିତା ହୋଇଥିବାରୁ ସ୍ଥାନୀୟ ଲୋକେ ଅସନ୍ତୋଷ ପ୍ରକାଶ କରିଛନ୍ତି ।

ସୂଚନା ମୁତାବକ,ଯାଜପୁର ଜିଲା ପାଣିକୋଇଲି ବିଭାଜନ ପୂର୍ତ ବିଭାଗ ଅଧିନରେ ଥିବା ବ୍ରାହ୍ମଣୀ ନଦୀର ବାମ ପାଶ୍ୱର୍ ବନ୍ଧ ଏବେ ଦୃବଳ ହେବାରେ ଲାଗିଛି । ରସୁଲପୁର ବ୍ଲକ ଗୋପାଳପୁର ସଡମ୍ପାଠାରୁ ବରୀ ଅରୁଆଳ ପର୍ଯ୍ୟନ୍ତ ବ୍ରାହ୍ମଣୀ ନଦୀ ବନ୍ଧ ଅବସ୍ଥା ଶୋଚନୀୟ ହେବାରେ ଲାଗିଛି । ୨୪ କୋଟି ଟଙ୍କା ବ୍ୟୟ ଅଟକଳରେ ଏହି ନଦୀ ବନ୍ଧକୁ ବନ୍ୟା ଜଳ ଆସିବା ପୂର୍ବରୁ ନଦୀ ବନ୍ଧକୁ ସୁଦୃଢିକରଣ କରିବାକୁ ଅନୁଦାନ ଦିଆଯାଇଥିଲା । ସୁଦୃଡିକରଣ ବଦଳରେ ର ମ ଠରେ ନିମ୍ନମାନ କାର୍ଯ୍ୟ କରାଯାଉଥିବା ନେଇ ଅଂଚଳବାସୀ ପୂର୍ବରୁ ବାରମ୍ବାର ଅଭିଯୋଗ କରି ଆସୁଥିଲେ । ହେଲେ ଏହି ଘଟଣାକୁ ବିଭାଗୀୟ ଅଧିକାରୀ ,ଜିଲା ପ୍ରଶାସନ କେହି ଗୁରୁତ୍ୱ ଦେଇ ନ ଥିଲେ । ଯାହାକୁ ନେଇ ଠିକାଦାର ନଜ ଇଚ୍ଛା ମୁତାବକ ବାଲି ମିଶା ଡ୍ରଷ୍ଟ ପକାଇ କାମ ସାରି ଦେଇଥିଲା । ଫଳରେ ସୁଦୃଢୀକରଣର ମାସ କେଇଟାରେ ବନ୍ଧରେ ପଡି ଥିବା ଡ୍ରଷ୍ଟ ମିଶା ବାଲିଗୁଡିକ ଧୋଇରେ ଯାଇଛି । ରସୁଲପୁର ବ୍ଲକ ସାମନ୍ତରାପୁର ପଂଚାୟତସ୍ଥ ସାମନ୍ତରାପୁର,ମଙ୍ଗରାଜପୁର ପଂଚାୟତସ୍ଥ ଦେଉଳି,ବାଲିଗୁଡା, ଖଣ୍ଡାସ,ଝାଲପଡା ପଂଚାୟତସ୍ଥ ଝାଲପଡା,କାକୁଡିକୁଦ ,ନୀଳକଣ୍ଠପୁର ଓ ରୁଦ୍ରପୁର ପଂଚାୟତସ୍ଥ ରୁଦ୍ରପୁର ଆଦି ନଦୀ ବନ୍ଧ ରାସ୍ତା ଅବସ୍ଥା ଶୋଚନୀୟ ହୋଇପଡିଛି । ନଦୀ କୁଳିଆ ଲୋକମାନଙ୍କର ଏହି ନଦୀ ବନ୍ଧ ସେମାନଙ୍କର ମୁଖ୍ୟ ରାସ୍ତା ହୋଇଥିବା ବେଳେ ଏହି ରସ୍ତା ଦେଇ ଭାରି କଷ୍ଠରେ ଲୋକେ ଯାତାୟତ କରୁଛନ୍ତି । ଅନେକ ସମୟରେ ବହୁ ଲୋକେ ଦୃର୍ଘଟଣାର ସମ୍ମୁଖୀନ ହୋଇଥିବା ଦେଖିବାକୁ ମିଳିଛି । ତେବେ ଏହି ଦୃବଳ ନଦୀ ବନ୍ଧର ସ୍ଥାୟୀତ୍ୱକୁ ନେଇ ବିଭାଗୀୟ ଅଧିକାରୀଙ୍କୁ ଦାୟୀ କରିଛନ୍ତି ଗ୍ରାମବାସୀ । ସେପଟେ ଏହି ଘଟଣାକୁ ନେଇ ଯାଜପୁର ଜିଲା ପ୍ରଶାସନ ନିକଟରେ ଫେରାଦ ହେବେ ବୋଲି ଗ୍ରାମ ମୁରବୀମାନେ କହିଛନ୍ତି ।

ଘଟଣା ସମ୍ପର୍କରେ ଅବଗତ ଅଛି , ବର୍ଷା ହେବା ଫଳରେ ନଦୀ ବନ୍ଧ ଉପର ଧୋଇରେ ଯାଇଛି । ଶୁଖିଲା ପାଗ ହେଲେ ପୁନଃର୍ ମରାମତି କରାଯିବା ବୋଲି ବିଭାଗୀୟ ଉପଖଣ୍ଡ ଅଧିକାରୀ ଦିଲିପ ନାୟକ ତାଙ୍କ ପ୍ରତିକ୍ରୀୟାରେ କହିଛନ୍ତି ।

ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ


 rajesh pande