ବଲାଙ୍ଗିର, ୨୨ ସେପ୍ଟେମ୍ବର (ହି.ସ.)- ବଲାଙ୍ଗିର ସୁଦପଡା ଛକ ସ୍ଥିତ ହରିହର ହସପିଟାଲ ବିରୋଧରେ ଗୁରୁତର ଅଭିଯୋଗ ଆସିଛି। ଭୁଲ ଚିକିତ୍ସା ତଥା ଚିକିତ୍ସାରେ ଅବହେଳା ଯୋଗୁଁ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା ପରିବାର ବର୍ଗ ଥାନାରେ ଅଭିଯୋଗ କରିଛନ୍ତି ।
ଅଭିଯୋଗ ଅନୁସାରେ, ଗତ ଶୁକ୍ରବାର ଦିନ ବେଲପଡାର ବନୀତା ନାଗଙ୍କୁ ହରିହର ହସପିଟାଲରେ ଭର୍ତ୍ତି କରାଯାଇଥିଲା । ତାଙ୍କ ଓଭାରି ଟ୍ୟୁମର ଥିବାବେଳେ ଅପରେସନ ହିଁ ଏକ ମାତ୍ର ରାସ୍ତା ବୋଲି ଡାକ୍ତର କହିଥିଲେ । ଶନିବାର ଦିନ ରୋଗୀଙ୍କ ଅପରେସନ ହୋଇଥିଲା । ରବିବାର ଦିନ ରୋଗୀ ପ୍ରବଳ ଯନ୍ତ୍ରଣା ଯୋଗୁଁ ଗୁରୁତର ହୋଇ ପଡିଥିଲେ । ବାରମ୍ବାର ଗୁହାରି କରିବା ସତ୍ୱେ ଡାକ୍ତର କିମ୍ବା ନର୍ସ ପାଖକୁ ଆସି ନଥିଲେ । ଶେଷରେ ନର୍ସ ଆସି ଏକ ଇଞ୍ଜେକସନ ଦେବା ପରେ ରୋଗୀଙ୍କ ମୃତ୍ୟୁ ଘଟିଥିଲା। ଡାକ୍ତର ଓ ନର୍ସ ମିଶି ମୋ ମା’ଙ୍କୁ ମାରିଦେଲେ ବୋଲି ପୁଅ ପରୁଷୋତ୍ତମ ନାଗ ବଲାଙ୍ଗିର ଟାଉନ ଥାନାରେ ଅଭିଯୋଗ କରିବା ସହ ନ୍ୟାୟ ଦାବୀ କରିଛନ୍ତି ।
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ