ଢେଙ୍କିକୋଟ ଠାରେ ଆମ ପୋଲିସ ସମିତି ବୈଠକ
କେନ୍ଦୁଝର, 22 ସେପ୍ଟେମ୍ବର (ହି.ସ.) ଘଟଗାଁ ଥାନା ଆନୁକୂଲ୍ୟରେ ଆଜି ଢେଙ୍କିକୋଟ ଡାକବଙ୍ଗଳା ଠାରେ ଆମ ପୋଲିସ ସମିତି ବୈଠକ ଅନୁ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ବୁଦ୍ଧିଜୀବୀ, ଶିକ୍ଷାବିତ୍, ସମାଜସେବୀ, ସାମ୍ବାଦିକ ଓ ବରିଷ୍ଠ ବ୍ୟକ୍ତିମାନେ ଯୋଗଦାନ କରିଥିଲେ। ଉକ୍ତ କାର୍ଯ୍ୟକ୍ର
ଢେଙ୍କିକୋଟ ଠାରେ ଆମ ପୋଲିସ ସମିତି ବୈଠକ


କେନ୍ଦୁଝର, 22 ସେପ୍ଟେମ୍ବର (ହି.ସ.)

ଘଟଗାଁ ଥାନା ଆନୁକୂଲ୍ୟରେ ଆଜି ଢେଙ୍କିକୋଟ ଡାକବଙ୍ଗଳା ଠାରେ ଆମ ପୋଲିସ ସମିତି ବୈଠକ ଅନୁ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ବୁଦ୍ଧିଜୀବୀ, ଶିକ୍ଷାବିତ୍, ସମାଜସେବୀ, ସାମ୍ବାଦିକ ଓ ବରିଷ୍ଠ ବ୍ୟକ୍ତିମାନେ ଯୋଗଦାନ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ସଭାପତିତ୍ବ କରିଥିଲେ ଘଟଗାଁ ଥାନାଅଧୂକାରୀ ଶୁଭ୍ରାନ୍ତ କୁ କୁମାର ଜେନା। କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ଢେଙ୍କିକୋଟ ଫାଣ୍ଡି ଅଧୂକାରୀ ତ୍ରିନାଥ ନାୟକ। କାର୍ଯ୍ୟକ୍ରମରେ ରେ ଅତିଥୂ ପରିଚୟ ଓ ଉଦ୍ଦେଶ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ ବରିଷ୍ଠ ସାମ୍ବାଦିକ ସଞ୍ଜୟ କୁମାର ସାହୁ। ତତ୍ ସହିତ ଘଟଗାଁ ଥାନା ଏସ.ଆଇ ଗାଙ୍ଗିଆ ଲାକ୍ରା ଓ ଢେଙ୍କିକୋଟ ଫାଣ୍ଡି ଏ.ଏସ.ଆଇ କ୍ଷୀରୋଦିନୀ ନିଆଲ ମଞ୍ଚାସୀନ ହୋଇଥିଲେ। ଏହି କାର୍ଯ୍ୟକ୍ରମରେ ପୋଲିସ ସହିତ ସର୍ବସାଧାରଣ ସୁସମ୍ପର୍କ,ସହଯୋଗ ସହିତ ଢେଙ୍କିକୋଟ ଅଞ୍ଚଳରେ ବିକାଶ, ଉନ୍ନତି ଓ ଲୋକଙ୍କ ସୁରକ୍ଷା, ଶାନ୍ତି, ଅସାମାଜିକ କାର୍ଯ୍ୟକଳାପକୁ ଦୃଷ୍ଟିରେ ରଖୂ ଆଲୋଚନା ହୋଇଥିଲା। ସମସ୍ତେ ଗଠନମୂଳକ ମତାମତ ଦେଇଥିଲେ। ପ୍ରତ୍ୟେକ ମାସରେ ଘଟଗାଁ ଥାନା ଅନ୍ତର୍ଗତ ବିଭିନ୍ନ ସ୍ଥାନରେ ବୈଠକ ଅନୁଷ୍ଠିତ ହେବା ସହିତ ପୋଲିସ ଓ ପବ୍ଲିକ ମଧ୍ୟରେ ସମ୍ପର୍କ ଅଧୂକ ମଜଭୁତ କରାଯିବ ବୋଲି ଥାନା ଅଧୂକାରୀ ପ୍ରକାଶ କରିଥିଲେ

ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA


 rajesh pande