ପୁରୀ, ୨୨ ସେପ୍ଟେମ୍ବର (ହି.ସ.) - ପୁରୀଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଏବେ ଅସରନ୍ତି ସମସ୍ୟାରେ ଜର୍ଜରିତ । ଟଙ୍କା ନଦେଲେ ରୋଗୀଙ୍କୁ ଚାହୁଁ ନାହାନ୍ତି । ବାହାରେ ସିକ୍ୟୁରିଟ ଗାର୍ଡଙ୍କ ହାକିମଦାରୀରେ ରୋଗୀ ଓ ତାଙ୍କ ସମ୍ପର୍କୀୟ ଅତିଷ୍ଠ ହେଲେଣି । ସୋମବାର ସକାଳୁ ପୁରୀର ଜଣାଶୁଣା ସ୍ୱେଚ୍ଛାସେବୀ, ସମାଜସେବୀ ତଥା ଉର୍ଜାବାନ ଓଡ଼ିଶାର ସମ୍ପାଦିକା ନିହାରିକା ତ୍ରିପାଠୀ ଏକ ସମ୍ପର୍କୀୟଙ୍କ ଦୁର୍ଘଟଣା ହୋଇଥିବା ଖବର ପାଇ ମେଡିକାଲକୁ ଯାଇଥିଲେ । ସ୍କୁଟି ରଖିବା ସମୟରେ ସିକ୍ୟୁରିଟି ଗାର୍ଡ ଯୁକ୍ତିତର୍କ କରିବା ସହ ଆଶାଳୀନ ବ୍ୟବହାର କରିଥିଲେ । ଅନେକ ବାଇକ, ସ୍କୁଟି ଓ ସାଇକେଲ ଏଣେତେଣେ ରଖାଯାଇଥିବା ବେଳେ ସମାଜସେବୀଙ୍କ ଗାଡିକୁ କାହିଁକି ବାରଣ କରିବା ସହ ତାଙ୍କ ଫଟୋଚିତ୍ର ଉତୋଳନ କରିବା ନେଇ ସେ ସମ୍ପର୍କରେ ଉଚ୍ଚ ଅଧିକାରୀ ଦୃଷ୍ଟିଦେବା ପାଇଁ ସାମାଜିକ ଗଣମାଧ୍ୟମରେ ଜଣାଇଛନ୍ତି ।
ହିନ୍ଦୁସ୍ଥାନ ସମାଚାର / ବିଜୟ