ଭୁବନେଶ୍ୱର, ୨୨ ସେପ୍ଟେମ୍ବର (ହି.ସ.) - ବିଜେପି ସରକାରଙ୍କ ବିରୋଧରେ କଂଗ୍ରେସ ବିଧାୟକ ମାନେ ଆଣିଥିବା ଅନାସ୍ଥା ପ୍ରସ୍ତାବ ସୋମବାର ବିଧାନସଭାରେ ଅଗ୍ରାହ୍ୟ ହୋଇଛି। ଅନାସ୍ଥା ପ୍ରସ୍ତାବ ଆଗ୍ରହ୍ୟ ହେବା ପରେ କଂଗ୍ରେସ ବିଧାୟକମାନେ ବିଧାନସଭା ଗାନ୍ଧୀ ମୂର୍ତି ତଳେ ଧାରଣା ଦେଲେ। ଗଣତନ୍ତ୍ରକୁ ହତ୍ୟା କରାଯାଇଥିବା ଅଭିଯୋଗ ଆଣିବା ସହ ତାଙ୍କ ବିରୋଧରେ ଷଡଯନ୍ତ୍ର ହୋଇଥିବା ଅଭିଯୋଗ ଆଣିଛନ୍ତି କଗ୍ରେସ ବିଧାୟକ। ସେପଟେ ବାଚସ୍ପତିଙ୍କ ନିର୍ଦେଶ ପରେ ଶାସକ ଦଳ ମୁଖ୍ୟ ସଚେତକ ସରୋଜ ପ୍ରଧାନ ଓ ଉପମୁଖ୍ୟ ସଚେତକ ଗୋବିନ୍ଦ ଚନ୍ଦ୍ର ଦାସ କଂଗ୍ରେସ ବିଧାୟକଙ୍କୁ ବୁଝାଇ ବାକୁ ଗାନ୍ଧୀ ମୂର୍ତି ପାଖକୁ ଆସିଥିଲେ। ସେମାନେ କଂଗ୍ରେସ ବିଧାୟକ ଦଳ ନେତାଙ୍କ ସହ ଅନ୍ୟ ବିଧାୟକଙ୍କୁ ଗୃହକୁ ଆସିବାକୁ ଅନୁରୋଧ କରିଥିଲେ। ଏସମ୍ପର୍କରେ ସରକାରୀ ଦଳ ମୁଖ୍ୟ ସଚେତକ ନିଜ ପ୍ରତିକ୍ରିୟାରେ କହିଛନ୍ତି ହାଉସ ଅର୍ଡର ରେ ନଥିବାରୁ ବାଚସ୍ପତି ଅନାସ୍ଥା ପ୍ରସ୍ତାବ ରଖି ପାରି ନାହାନ୍ତି। ନିୟମ ଅନୁସାରେ ଯାହା ବ୍ୟବସ୍ଥା ଅଛି ବାଚସ୍ପତି ସେ ଅନୁସାରେ ନିଷ୍ପତି ନେଇଛନ୍ତି। କଂଗ୍ରେସ ବିଧାୟକ ଦଳ ନେତା ରାମ ଚନ୍ଦ୍ର କାଡାମ କହିଛନ୍ତି ଗୃହକୁ ଯିବୁ ନା ନାହିଁ ଆଲୋଚନା ପରେ ନିଷ୍ପତି ନେବୁ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା