ଗଞ୍ଜେଇ ଜବତ କଳା ଅବକାରୀ ବିଭାଗ, ୧ ଗିରଫ
ବଲାଙ୍ଗୀର, ୨୨ ସେପ୍ଟେମ୍ବର(ହି.ସ.) – ବଲାଙ୍ଗୀର ଜିଲ୍ଲା କଂଟାବାଞ୍ଜି ରେଲବାଇ ଷ୍ଟେସନରୁ ଟ୍ରେନ ଯୋଗେ ଗଞ୍ଜେଇ ଚାଲାଣ କରୁଥିବା ନେଇ କଣ୍ଟାବାଞ୍ଜି ଅବକାରୀ ପୋଲିସ କଂଟାବାଞ୍ଜି ରେଲବାଇ ଷ୍ଟେସନ ରେ ଚଢ଼ାଉ କରି ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି। ଗିରଫ ବ୍ୟକ୍ତି ଜଣକ ଛତିଶଗଡ ରାଜ୍ୟର ଅନିଳ ସିଂ(୨୮) ବୋଲି
ଗଞ୍ଜେଇ ଜବତ କଳା ଅବକାରୀ ବିଭାଗ, ୧ ଗିରଫ


ବଲାଙ୍ଗୀର, ୨୨ ସେପ୍ଟେମ୍ବର(ହି.ସ.) – ବଲାଙ୍ଗୀର ଜିଲ୍ଲା କଂଟାବାଞ୍ଜି ରେଲବାଇ ଷ୍ଟେସନରୁ ଟ୍ରେନ ଯୋଗେ ଗଞ୍ଜେଇ ଚାଲାଣ କରୁଥିବା ନେଇ କଣ୍ଟାବାଞ୍ଜି ଅବକାରୀ ପୋଲିସ କଂଟାବାଞ୍ଜି ରେଲବାଇ ଷ୍ଟେସନ ରେ ଚଢ଼ାଉ କରି ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି। ଗିରଫ ବ୍ୟକ୍ତି ଜଣକ ଛତିଶଗଡ ରାଜ୍ୟର ଅନିଳ ସିଂ(୨୮) ବୋଲି ଜଣାପଡିଛି। ସେ ଅନେକ ସମୟରେ କଂଟାବାଞ୍ଜି ଅଂଚଳରୁ ଗଞ୍ଜେଇ ଛତିଶଗଡରେ ରାକେଟ ଚଳାଉଥିବା ଅଭିଯୋଗ ହୋଇଛି। କଂଟାବାଞ୍ଜି ଅବକାରୀ ପୋଲିସ ଗିରଫ କରି ତା ଠାରୁ ୪ କେଜି ଗଞ୍ଜେଇ ଜବତ କରି କୋର୍ଟ ଚାଲାଣ କରିଥିଲା। କୋର୍ଟ ରେ ଜାମିନ ନାମଞ୍ଜୁର ହେବାରୁ କଣ୍ଟାବାଞ୍ଜି ଜେଲ ପଠାଇ ଦିଆଯାଇଥିବା ଓଆଇସି ପ୍ରବିଣ ସାହୁ ପ୍ରକାଶ କରିଛନ୍ତି।

ହିନ୍ଦୁସ୍ଥାନ ସମାଚାର/ଗୋପବନ୍ଧୁ/ବୀଣାପାଣି

.......................................

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande