କୁମ୍ଭକର୍ଣ୍ଣ ନିଦ୍ରାରେ ପୁରୀ ଅବକାରୀ ବିଭାଗ : ତିନିବର୍ଷ ପରେ ବି ଚୌକି ଛାଡୁନାହାଁନ୍ତି ଅଧିକାରୀ
ପୁରୀ, ୨୨ ସେପ୍ଟେମ୍ବର (ହି.ସ.)- ପୁରୀ ଜିଲ୍ଲାରେ ଏବେ ଚୋରା ନିଶା କାରବାର ହାଇସ୍ପିଡରେ ଚାଲିଥିବା ଅଭିଯୋଗ ହେଉଛି । ଜିଲ୍ଲାର ବିଭିନ୍ନ ସ୍ଥାନରେ ସରକାରୀ ଠିପି ବନ୍ଦ ମଦ ଦୋକାନ ଥିବାବେଳେ ଚୋରାରେ ନକଲି ବ୍ରାଣ୍ଡର ମଦ ବିକ୍ରି ହେଉଥିବା ଅଭିଯୋଗ ହେଉଛି । ଜିଲ୍ଲା ଅବକାରୀ ଅଧୀକ୍ଷକ ଘଟଣାକ୍ରମରେ ପୁର
କୁମ୍ଭକର୍ଣ୍ଣ ନିଦ୍ରାରେ ପୁରୀ ଅବକାରୀ ବିଭାଗ : ତିନିବର୍ଷ ପରେ ବି ଚୌକି ଛାଡୁନାହାଁନ୍ତି ଅଧିକାରୀ


ପୁରୀ, ୨୨ ସେପ୍ଟେମ୍ବର (ହି.ସ.)- ପୁରୀ ଜିଲ୍ଲାରେ ଏବେ ଚୋରା ନିଶା କାରବାର ହାଇସ୍ପିଡରେ ଚାଲିଥିବା ଅଭିଯୋଗ ହେଉଛି । ଜିଲ୍ଲାର ବିଭିନ୍ନ ସ୍ଥାନରେ ସରକାରୀ ଠିପି ବନ୍ଦ ମଦ ଦୋକାନ ଥିବାବେଳେ ଚୋରାରେ ନକଲି ବ୍ରାଣ୍ଡର ମଦ ବିକ୍ରି ହେଉଥିବା ଅଭିଯୋଗ ହେଉଛି । ଜିଲ୍ଲା ଅବକାରୀ ଅଧୀକ୍ଷକ ଘଟଣାକ୍ରମରେ ପୁରୀ ଆସି ଚାର୍ଜ ନେଉ ନେଉ ତାଙ୍କର କଳା କାରନାମା ଆରମ୍ଭ କରିଥିବା ଚର୍ଚ୍ଚା ହେଉଛି । ପୁରୀ ଜିଲ୍ଲାରେ ୧୧୩ ଟି ମଦ ଦୋକାନ ଥିବାବେଳେ ମାସକୁ ଦଶ ହଜାର ଟଙ୍କା ଉପର ଅଧିକାରୀଙ୍କ ଖୁସି ପାଇଁ ଆଦାୟ କରାଯାଉଥିବା ଏବେ ସହରର ଗଳିକନ୍ଦିରେ ଚର୍ଚ୍ଚା ହେଉଛି । ପୁରୀରେ ନୂଆ ଏସପି ଯୋଗଦେବା ପରେ ବିଭିନ୍ନ ଥାନା ଅଞ୍ଚଳରେ ଚଢଉ କରି ଚୋରା ନିଶା କାରବାର କରୁଥିବା ବ୍ଯକ୍ତି ମାନଙ୍କୁ ଗିରଫ କରୁଥିବା ବେଳେ ଅବକାରୀ ବିଭାଗ କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇଥିବା ଆଲୋଚନା ହେଉଛି । ସୁପର ଅଧିକାରୀ ଜଣକ ଉପର ଅଧିକାରୀଙ୍କୁ ଖୁସି କରାଇ କହୁଛନ୍ତି ମୋର ମନ୍ତ୍ରୀ ଯନ୍ତ୍ରୀ ଓ ତନ୍ତ୍ରୀ କେହି ବଦଳି କରିପାରିବେ ନାହିଁ । ପୁରୀରେ ଥିବା ମନ୍ତ୍ରୀଙ୍କ ପାଖ ଲୋକ ଜରିଆରେ ଖୁସି କରିବା ପାଇଁ ୩୦ ଲକ୍ଷରୁ ଉର୍ଦ୍ଧ୍ବ ଖୁସିର ମହୋଚୂର୍ଣ୍ଣ ଦିଆଯାଇଛି ବୋଲି ବିଭିନ୍ନ ଛକରେ ଆଲୋଚନା ହେଉଛି । ବାବୁ ଜଣକ ପିପିଲି ଓ କୃଷ୍ଣ ପ୍ରସାଦରେ ସମ୍ପର୍କୀୟଙ୍କ ଜରିଆରେ ଟ୍ରାନ୍ସପୋର୍ଟ ଗାଡିରେ ଅର୍ଥ ଲଗାଣ କରି ମାଛ ତେଲରେ ମାଛ ଭାଜୁଥିବା ପ୍ରସଙ୍ଗ ଜିଲ୍ଲାରେ ଡିବି ଡିବି ହୋଇ ବାଜୁଛି । ଅତି ଚତୁରତା ଭାବେ ଅଧିକାରୀ ଜଣକ ତାଙ୍କର କଳାକାରନାମା ଚାଲୁ ରଖିଥିବା କୁହାଯାଉଛି । ଜିଲ୍ଲାରେ ବନ୍ଦ ଥିବା ମଦ ଦୋକାନକୁ କାଇଦା କଟକଣା କରି ପୁଣି ଖୋଲିବା ପାଇଁ ଫାଇଲ ପ୍ରସ୍ତୁତ କରି ଲକ୍ଷାଧିକ ଟଙ୍କାର ଖୁସି ମହୁ ଖାଇଥିବା ଲୋକେ କହୁଛନ୍ତି । ଅଧିକାରୀ ଜଣକ ଅବକାରୀ ଗୋଇନ୍ଦା ବିଭାଗରେ କାର୍ଯ୍ଯ କରୁଥିବା ବେଳେ ବହୁତ ବେଆଇନ କାର୍ଯ୍ଯରେ ଲିପ୍ତ ରହିଥିବା ସେତେବେଳେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥିଲା । ଅଧିକାରୀ ଜଣକ ମହିଳା କର୍ମଚାରୀଙ୍କ ପ୍ରତି ଖରାପ ଦୃଷ୍ଟି ପକାଉଥିବା ଅଭିଯୋଗ ହୋଇଥିଲା । ଏବେ ପିପିଲିରେ ଜଣେ ମହିଳା ଆବେଦନକାରୀଙ୍କୁ ସହଯୋଗ କରୁଥିବା ଅଭିଯୋଗ ହୋଇଛି । ପୁରୀ ବିଚ ଫେଷ୍ଟିଭାଲ ନାମରେ ଅବକାରୀ ଦୋକାନୀ ମାନଙ୍କ ଠାରୁ ୧୫ ହଜାର ଟଙ୍କା ଲେଖାଏଁ ଆଦାୟ କରି ଉପର ଅଧିକାରୀଙ୍କୁ କିଛି ଦେଇ ସିଂହ ଭାଗ ହରିଲୁଟ କରିଥିବା କୁହାଯାଇଛି । ତାଙ୍କର ବଦଳିକୁ ରୋକିବା ପାଇଁ କମିଶନର, ଆଡିସିନାଲ ସେକ୍ରେଟେରୀ ଓ ମନ୍ତ୍ରୀଙ୍କ ପାଖ ଲୋକକୁ ଧରି ସଫଳ ହୋଇଥିବା କୁହାଯାଇଛି । ବଦଳି ରୋକିବା ପାଇଁ ମଝିରେ ମଝିରେ ପୁରୀ ଖଜା, ଖୁଆପେଡା, ଚଢେଇନଦା, ଅମାଲୁଆବ, ଖୀରା ରାବିଡି ଓ ମଗଜଲଡୁ ପଠାଉଥିବା ଲୋକେ କହୁଛନ୍ତି । ବାବୁଙ୍କ କଳା ସମ୍ପତ୍ତିର ଭିଜିଲାନ୍ସ ତଦନ୍ତ ପାଇଁ ଦାବି ହେଉଛି । ଏ ସମ୍ପର୍କରେ ମୁଖ୍ୟମନ୍ତ୍ରୀ ଓ ଅବକାରୀ ମନ୍ତ୍ରୀଙ୍କୁ ଅବଗତ କରାଯାଇଥିଲେ ମଧ୍ୟ ବାବୁଙ୍କ ବଦଳି ଏବେ ରହସ୍ୟମୟ ହୋଇଉଠିଛି ।

ହିନ୍ଦୁସ୍ଥାନ ସମାଚାର / ବିଜୟ


 rajesh pande