ସୁବର୍ଣ୍ଣପୁର, ୨୨ ସେପ୍ଟେମ୍ବର(ହି.ସ.) – ସୋନପୁର ରିଙ୍ଗ ରୋଡ ତେଲନଦୀ ପାର୍ଶ୍ୱ ରେ ଥିବା ଶାନ୍ତିକୁଟିର ବା ନାରାୟଣ ସେବାଶ୍ରମ ର ନୂତନ କୋଠା ଗୃହ ର ଶୁଭ ଉଦଘାଟନ ହୋଇଯାଇଛି।
ଓଡିଶା ହାଇକୋର୍ଟ ର ଅବସର ପ୍ରାପ୍ତ ପ୍ରାକ୍ତନ ବିଚାରପତି ଜଷ୍ଟିସ ଚିତରଞ୍ଜନ ଦାଶ, ମୁଖ୍ୟ ଅତିଥି, ନିମନ୍ତ୍ରିତ ଅଥିତି ଭାବେ ସୁବର୍ଣ୍ଣପୁର ଜିଲ୍ଲାପାଳ ଡ. ନୃପରାଜ ସାହୁ ଯୋଗ ଦେଇ ଏହାର ଶୁଭ ଉଦଘାଟନ କରି ଶାନ୍ତି କୁଟୀର ର ଅନ୍ତେବାସୀ ମାନଙ୍କ ସହ ବାର୍ତାଳାପ କରି ସେମାନଙ୍କର ଖାଦ୍ୟ, ବସ୍ତ୍ର, ସ୍ୱାସ୍ଥ୍ୟବସ୍ଥା ବିଷୟରେ ପଚାରି ବୁଝିଥିଲେ ଓ ଏହାର ସୁ ପରିଚାଳନା ପାଇଁ ବିଭାଗୀୟ ଅଧିକାରୀଙ୍କୁ ପରାମର୍ଶ କରିଥିଲେ। ସମ୍ମାନିତ ଅଥିତି ଭାବେ ପୌର ପରିଷଦ ଅଧକ୍ଷା ତାମସୀ ତାମସ୍ମିତା ନାୟକ, କାର୍ଯ୍ୟ ନିର୍ବାହୀ ଅଧିକାରୀ ରୁଷି ମାଝୀ, ସମାଜସେବୀ ଶ୍ରୀବତ୍ସ ମଲ୍ଲିକ, ବରିଷ୍ଠ ସାମ୍ବାଦିକ ଗୋରେଖ ନାଥ ସାହୁ, କାଉନସିଲର ଶୁଭଦ୍ରା ବିଶି ଯୋଗଦେଇଥିଲେ। ଏଠାରେ ଆଜି ଅନ୍ତେବାସୀଙ୍କ ପାଇଁ ଛଅ ଗୋଟି ନୂତନ ଗୃହ ଉଦଘାଟନ କରାଯାଇଥିବା ବେଳେ ସମାଜ ସେବୀ ବୃନ୍ଦାବନ ରଥ, ମନୋଜ କର୍ମି, ନାରାୟଣ ରଥ, ଶୁଭ୍ରାଂଶୁ ମିଶ୍ର ପ୍ରମୁଖ ପରିଚାଳନା ରେ ସହଯୋଗ କରିଥିଲେ।
ହିନ୍ଦୁସ୍ଥାନ ସମାଚାର/ଗୋପବନ୍ଧୁ/ବୀଣାପାଣି
.......................................
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ