ଭୁବନେଶ୍ୱର, 22 ସେପ୍ଟେମ୍ବର (ହି.ସ.)
- ରତ୍ନଭଣ୍ଡାର
ମରାମତି ଓ ସଂରକ୍ଷଣ କାର୍ଯ୍ୟ ସମ୍ପୂର୍ଣ୍ଣ ହେବା ପରେ ଅସ୍ଥାୟୀ ରଭଣ୍ଡାରରେ ରଖାଯାଇଥିବା
ଶ୍ରୀଜୀଉଙ୍କର ଅଳଙ୍କାର ତଥା ମୂଲ୍ୟବାନ ସାମଗ୍ରୀ ଆସନ୍ତା ୨୩ ସେପ୍ଟେମ୍ବର (ମଙ୍ଗଳବାର) ଦିନ
ସ୍ଥାୟୀ ରତ୍ନଭଣ୍ଡାରକୁ, ରାଜ୍ୟ ସରକାରଙ୍କ
ଅନୁମୋଦିତ ମାର୍ଗଦର୍ଶିକା ଅନୁଯାୟୀ, ସ୍ଥାନାନ୍ତର କରାଯିବ । ଏଥିପାଇଁ
ସେପ୍ଟେମ୍ବର ୨୩ ତାରିଖରେ, ସକାଳ ୧୦ଟାରୁ ସର୍ବସାଧାରଣ
ଦର୍ଶନ ବନ୍ଦ ହେବା ସହ ଶ୍ରୀମନ୍ଦିର ନାଟମଣ୍ଡପ ଏବଂ ଜଗମୋହନ ଶୋଧ କରାଯିବ । ଶ୍ରୀମନ୍ଦିର ମୁଖ୍ୟ
ଦେଉଳ ତଥା ଝୁଲଣ ମଣ୍ଡପ ପରିସରକୁ ଭକ୍ତଙ୍କ ପ୍ରବେଶ ବାରଣ ରହିବ । ତେବେ ମହାପ୍ରସାଦ ପାଇବାକୁ
ଇଚ୍ଛୁକ ଭକ୍ତମାନେ ଆନନ୍ଦ ବଜାରକୁ ଯାଇ ମହାପ୍ରସାଦ ନେଇ ପାରିବେ । ରତ୍ନଭଣ୍ଡାର ସ୍ଥାନାନ୍ତର
କାର୍ଯ୍ୟ ସମାପନ ପରେ ପ୍ରବେଶ କଟକଣା ପ୍ରତ୍ୟାହାର ତଥା ଦର୍ଶନ ସ୍ଵାଭାବିକ ହେବ ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା