ବଢୁଛି ଆତ୍ମହତ୍ୟା ପ୍ରବଣତା
ଭୁବନେଶ୍ୱର, ୨୨ ସେପ୍ଟେମ୍ବର (ହି.ସ.) - ରାଜ୍ୟରେ ବଢୁଛି ଆତ୍ମହତ୍ୟା ପ୍ରବଣତା। ଗତ ୫ ବର୍ଷରେ ୨୯ ହଜାର ୫୧ ଜଣ ଆତ୍ମହତ୍ୟା କରିଛନ୍ତି । ବିଧାନସଭାରେ ବିଧାୟକ ବିଭୁତି ବଳବନ୍ତରାୟଙ୍କ ପ୍ରଶ୍ନର ଉତରରେ ମୁଖ୍ୟମନ୍ତ୍ରୀ ଏହି ସୂଚନା ଦେଇଛନ୍ତି। ୨୦୨୦ ରୁ ୨୦୨୪ ଭିତରେ ଆତ୍ମହତ୍ୟା ତଥ୍ୟ ଚିନ୍ତାଜନକ। ୨୦୨
ବଢୁଛି ଆତ୍ମହତ୍ୟା ପ୍ରବଣତା


ଭୁବନେଶ୍ୱର, ୨୨ ସେପ୍ଟେମ୍ବର (ହି.ସ.) - ରାଜ୍ୟରେ ବଢୁଛି ଆତ୍ମହତ୍ୟା ପ୍ରବଣତା। ଗତ ୫ ବର୍ଷରେ ୨୯ ହଜାର ୫୧ ଜଣ ଆତ୍ମହତ୍ୟା କରିଛନ୍ତି । ବିଧାନସଭାରେ ବିଧାୟକ ବିଭୁତି ବଳବନ୍ତରାୟଙ୍କ ପ୍ରଶ୍ନର ଉତରରେ ମୁଖ୍ୟମନ୍ତ୍ରୀ ଏହି ସୂଚନା ଦେଇଛନ୍ତି।

୨୦୨୦ ରୁ ୨୦୨୪ ଭିତରେ ଆତ୍ମହତ୍ୟା ତଥ୍ୟ ଚିନ୍ତାଜନକ। ୨୦୨୪ ରେ ୫ ହଜାର ୭୯୧ ଜଣ ଆତ୍ମହତ୍ୟା କରିଥିବା ବେଳେ ୨୦୨୩ ରେ ୫ ହଜାର ୯୮୯, ୨୦୨୨ ରେ ୬ ହଜାର ୧୪୦, ୨୦୨୧ ରେ ୫ ହଜାର ୬୪୯ ଏବଂ ୨୦୨୦ ରେ ୫ ହଜାର ୪୮୨ ଜଣ ଆତ୍ମହତ୍ୟା କରିଛନ୍ତି ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande