ସୁସ୍ଥ ନାରୀ ସଶକ୍ତ ପରିବାର ପାଇଁ ମେଗା ମହିଳା ଶିବିର ଅନୁଷ୍ଠିତ
ବଲାଙ୍ଗୀର, ୨୨ ସେପ୍ଟେମ୍ବର(ହି.ସ.) – ଭାରତ ସରକାରଙ୍କ ନିର୍ଦ୍ଦେଶନାମା କ୍ରମେ “ସୁସ୍ଥ ନାରୀ ସଶକ୍ତ ପରିବାର” ପାଇଁ ଏକ ମେଗା ମହିଳା ସ୍ୱାସ୍ଥ୍ୟ ଶିବିର ବଲାଙ୍ଗୀର ସ୍ଥାନୀୟ କଲେଜ ଛକ ସ୍ଥିତ କନ୍ଧପାଲି ସହରାଂଚଳ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରକୁ ପୌର ପରିଷ
ସୁସ୍ଥ ନାରୀ ସଶକ୍ତ ପରିବାର ପାଇଁ ମେଗା ମହିଳା ଶିବିର ଅନୁଷ୍ଠିତ


ବଲାଙ୍ଗୀର, ୨୨ ସେପ୍ଟେମ୍ବର(ହି.ସ.) – ଭାରତ ସରକାରଙ୍କ ନିର୍ଦ୍ଦେଶନାମା କ୍ରମେ “ସୁସ୍ଥ ନାରୀ ସଶକ୍ତ ପରିବାର” ପାଇଁ ଏକ ମେଗା ମହିଳା ସ୍ୱାସ୍ଥ୍ୟ ଶିବିର ବଲାଙ୍ଗୀର ସ୍ଥାନୀୟ କଲେଜ ଛକ ସ୍ଥିତ କନ୍ଧପାଲି ସହରାଂଚଳ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରକୁ ପୌର ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଲିକା ସାହୁ ଉଦ୍‌ଘାଟନ କରିଥିବାବେଳେ ସମ୍ମାନିତ ଅତିଥି ଭାବରେ ସଦର ବ୍ଲକ ଅଧ୍ୟକ୍ଷା ସରିତା ବାଗ, କାଉନସିଲର ସରିତା ଦାସ, ବରିଷ୍ଠ ବିଜେପି ନେତ୍ରୀ ପଙ୍କଜିନି ପଣ୍ଡା, ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ଅନ୍ତର୍ଗତ ଜନ ସ୍ୱାସ୍ଥ୍ୟ ଅଧିକାରୀ ଡ଼ା. ଦିବ୍ୟକିଶୋର ପତି, ଡ. ଏନ୍‌କେ ପାଢ଼ୀ, ରାମାନୁଜ ପଣ୍ଡା(ଏ.ପି.ଏମ୍‌.ସ୍ୱାସ୍ଥ୍ୟ), ଯୋଗଦାନ କରିଥିବାବେଳେ ରାଜେନ୍ଦ୍ର ଯୁବକ ସଂଘ ତଥା ଉକ୍ତ ସ୍ୱାସ୍ଥ୍ୟ ଅନୁଷ୍ଠାନର ନିର୍ଦ୍ଦେଶକ ରାଜେନ୍ଦ୍ର ପାଣିଗ୍ରାହୀ ଶିବିରକୁ ପରିଚାଳନା କରିଥିଲେ। ଏଥିରେ ବଲାଙ୍ଗୀର ଜିଲ୍ଲା ଚିକିତ୍ସାନୁଷ୍ଠାନ ପକ୍ଷରୁ ଅଭିଜ୍ଞ୍ୟ ଚିକିତ୍ସକ ସମୂହ ଯଥା ଶିଶୁ ବିଶେଷଜ୍ଞ୍ୟ ଡ଼ା. ସରୋଜ ତିଆଡ଼ି, ଚର୍ମ ବିଶେଷଜ୍ଞ ଡ଼ା. ତୁଷାର ରଞ୍ଜନ ଠାକୁର, ଚକ୍ଷୁ ବିଶେଷଜ୍ଞ, ମେଡିକାଲ ଅଫିସର(ୟୁ.ପି.ଏଚ୍‌.ସି), ଦାନ୍ତ ଚିକିତ୍ସକ, ମାନସିକ ରୋଗ ନିରୀକ୍ଷଣ ଓ ଟିମ ଇତ୍ୟାଦି ଯୋଗଦାନ କରି ପ୍ରାୟ ୨୫୦ ଜଣ ମହିଳାଙ୍କ ସ୍ୱାସ୍ଥ୍ୟ ଯାଂଚ ପ୍ରକ୍ରିୟାରେ ନିଜକୁ ନିୟୋଜିତ କରିଥିବାବେଳେ ପ୍ରାୟ ୪୦ ଜଣ ମହିଳାଙ୍କୁ ଉଚ୍ଚ ଚିକିତ୍ସା ପାଇଁ ପରାମର୍ଶ ପ୍ରଦାନ କରିଥିଲେ। ରାଜେନ୍ଦ୍ର ଯୁବକ ସଂଘ ଦ୍ୱାରା ଉପରୋକ୍ତ ମହିଳା ସ୍ୱାସ୍ଥ୍ୟ ଶିବିରକୁ ସୁ-ଆୟୋଜନ କରାଯାଇ ଥିବାବେଳେ, ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରର ସମସ୍ତ ସଭ୍ୟସଭ୍ୟା ତଥା ସ୍ୱାସ୍ଥ୍ୟକେନ୍ଦ୍ର ଅନ୍ତର୍ଗତ ଆଶା, ଏ.ଏନ.ଏମ୍ ଦିଦିମାନେ ସ୍ୱାସ୍ଥ୍ୟ ଶିବିରରେ ଯୋଗଦାନ କରି ନିଜର ସ୍ୱାସ୍ଥ୍ୟସେବା ଯୋଗାଇ ଦେଇଥିଲେ। ଭାରତ ସରକାରଙ୍କ ଏହି ଅନନ୍ୟ ସ୍ୱାସ୍ଥ୍ୟ ସେବା ଅଭିଯାନ ପାଇଁ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ସରକାରଙ୍କୁ ଧନ୍ୟବାଦ ଜଣାଇଥିଲେ। ସେବା ଅଭିଯାନ ପାଇଁ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ସରକାରଙ୍କୁ ଧନ୍ୟବାଦ ଜଣାଇଥିଲେ।

ହିନ୍ଦୁସ୍ଥାନ ସମାଚାର/ଗୋପବନ୍ଧୁ/ବୀଣାପାଣି

.......................................

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande