ଭୁବନେଶ୍ୱର, 22 ସେପ୍ଟେମ୍ବର (ହି.ସ.)- 15 ମାସରେ
ଭିଜିଲାନ୍ସ ହାତରେ 199 ସରକାରୀ ବାବୁ ଧରାପଡିଛନ୍ତି । ଗତ 15 ମାସରେ 77 ଟି ଆୟ ବହିର୍ଭୁତ
ସମ୍ପତ୍ତି ଠୁଳ ମାମଲା ରୁଜୁ କରିଛି ଭିଜିଲାନ୍ସ । ଲାଞ୍ଚ ନେବା ଅଭିଯୋଗରେ ରୁଜୁ ହୋଇଛି 122 ଟି
ମାମଲା । ମୋଟ 202 କୋଟି ଟଙ୍କାର ଆୟ ବହିର୍ଭୁତ ସମ୍ପତ୍ତି ଜବତ କରିଛି ଭିଜିଲାନ୍ସ । ଗତ 5
ବର୍ଷରେ 3 ହଜାର 661 ଟି ଦୁର୍ନୀତି ନିବାରଣ ମାମଲା କୋର୍ଟରେ ବିଚାରଧୀନ ଥିବା ବେଳେ 722 ଟି
ମାମଲା ତଦନ୍ତଧୀନ ରହିଛି । ବିଧାୟକ ଟଙ୍କଧର ତ୍ରିପାଠୀଙ୍କ ଉତ୍ତରରେ ବିଧାନସଭାରେ
ମୁଖ୍ୟମନ୍ତ୍ରୀ ଲିଖିତ ଉତ୍ତର ରଖିଛନ୍ତି ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା