ପୋଷଣ ମାସ ପାଳନର ଷଷ୍ଠ ଦିବସ
ଗଞ୍ଜାମ , 23 ସେପ୍ଟେମ୍ବର (ହି.ସ.) ଶେରଗଡ଼ ବ୍ଳକ କୁରୁଳା ଅଙ୍ଗନବାଡ଼ି ୧ କେନ୍ଦ୍ରରେ ଜ୍ଞାନ କେନ୍ଦ୍ର ସ୍ତରୀୟ ପୋଷଣମାହ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ୱାର୍ଡ ସଭ୍ୟା ଜି ଲକ୍ଷ୍ମୀ ପାତ୍ର କାର୍ଯ୍ୟକ୍ରମକୁ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଉଦଘାଟନ କରିଥିଲେ। ଏହି କାର୍ଯ୍ୟକ୍ରମରେ ସିଡିପିଓ ମମତାଂଜଳୀ
ପୋଷଣ ମାସ ପାଳନ ର ଷଷ୍ଠ ଦିବସ


ଗଞ୍ଜାମ , 23 ସେପ୍ଟେମ୍ବର (ହି.ସ.)

ଶେରଗଡ଼ ବ୍ଳକ କୁରୁଳା ଅଙ୍ଗନବାଡ଼ି ୧ କେନ୍ଦ୍ରରେ ଜ୍ଞାନ କେନ୍ଦ୍ର ସ୍ତରୀୟ ପୋଷଣମାହ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ୱାର୍ଡ ସଭ୍ୟା ଜି ଲକ୍ଷ୍ମୀ ପାତ୍ର କାର୍ଯ୍ୟକ୍ରମକୁ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଉଦଘାଟନ କରିଥିଲେ। ଏହି କାର୍ଯ୍ୟକ୍ରମରେ ସିଡିପିଓ ମମତାଂଜଳୀ ପଣ୍ଡା ଆଦ୍ୟ ଶୈଶବର ଯତ୍ନ ଓ ଶିକ୍ଷାକୁ ଗଳ୍ପ କଥନ ଓ କଣ୍ଢେଇ ମାଧ୍ୟମରେ ସୁନିଶ୍ଚିତ କରାଇବାକୁ ଉଦବୋଧନ ଦେଇଥିଲେ। ବିଡ଼ିଓ ତୃପ୍ତି ମୟୀ ଜେନା ଜନ୍ମରୁ ତିନି ବର୍ଷର ଶିଶୁଙ୍କୁ ଅଧିକ ସକ୍ରିୟ କରିବା ପାଇଁ ବିଭିନ୍ନ କାର୍ଯ୍ୟ କରିବାକୁ ଅଭିଭାବକଙ୍କୁ ପରାମର୍ଶ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ କର୍ମୀ ମାନଙ୍କ ଦ୍ଵାରା ପ୍ରସ୍ତୁତ ବିଭିନ୍ନ ପ୍ରକାର ଖାଦ୍ୟ ସାମଗ୍ରୀ ପ୍ରଦର୍ଶିତ କରାଯାଇଥିଲା। ଏହି ଉତ୍ସବରେ ଅଞ୍ଚଳ ପରିଦର୍ଶିକା ରମା ଅଧିକାରୀ,ଦର୍ଶନୀ ଶବର, ମମତା ପିଏ ଅନୁରାଧା ପାଢ଼ୀ, ଅଙ୍ଗନବାଡ଼ି କର୍ମୀ ଏସ୍ ବିଜୟ ଲକ୍ଷ୍ମୀ ପାତ୍ର, ୱ।ଇ ପ୍ରଭାବତୀ, ଇଲିପା ସେଠି, ସବିତା ବେହେରା, ରିନାରାଣି ପାଣିଗ୍ରାହୀ, ସଙ୍ଗୀତା ପ୍ରଧାନ, ଦେବସ୍ମିତା ବିଷୋୟୀ, ସ୍ନେହଲତା ପଟ୍ଟନାୟକ, ଜ୍ୟୋତ୍ସ୍ନା ମହାପାତ୍ରଙ୍କ ସମେତ ବହୁ ଅଭିଭାବକ ଯୋଗ ଦେଇଥିଲେ। ଶେଷରେ ଅଙ୍ଗନବାଡ଼ି କର୍ମୀ ବି ଜାନମ୍ମା ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ।

---------------

ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ


 rajesh pande