ଗୌହାଟି (ଆସାମ), ୨୫ ସେପ୍ଟେମ୍ବର (ହି.ସ.)- ଆସାମ ମୁଖ୍ୟମନ୍ତ୍ରୀ ଡଃ. ହିମନ୍ତ ବିଶ୍ୱ ଶର୍ମା ଗୁରୁବାର ଜୁବିନ ଗର୍ଗଙ୍କ ମୃତ୍ୟୁର ତଦନ୍ତ ନେଇ ଉଠାଯାଇଥିବା ଅଶଙ୍କା ଉପରେ ନିଜର ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଯେ, ଯଦି ରାଜ୍ୟର ଲୋକମାନେ ସ୍ୱତନ୍ତ୍ର ତଦନ୍ତ ଦଳ (ଏସଆଇଟି) ତଦନ୍ତରେ ସନ୍ତୁଷ୍ଟ ନୁହଁନ୍ତି, ତେବେ ସରକାର ମାମଲାକୁ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ)କୁ ହସ୍ତାନ୍ତର କରିବାକୁ ପଛାଇବେ ନାହିଁ ।
ମୁଖ୍ୟମନ୍ତ୍ରୀ ଗଣମାଧ୍ୟମ ସହିତ କଥାବାର୍ତା ବେଳେ ଏହା ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ, ଜୁବିନ ଗର୍ଗଙ୍କ ଗୀତର କପିରାଇଟ୍ ସିଦ୍ଧାର୍ଥ ଶର୍ମାଙ୍କ ପାଖରେ ନାହିଁ । ସେ କହିଛନ୍ତି ଯେ ଯଦି ଏପରି ହୋଇଥାନ୍ତା, ତେବେ ଜୁବିନଙ୍କ ପତ୍ନୀ ଗରିମା ଗର୍ଗ ସରକାରଙ୍କୁ ଏ ବାବଦରେ ଜଣାଇଥାନ୍ତେ ।
ମୁଖ୍ୟମନ୍ତ୍ରୀ ଆଶ୍ୱାସନା ଦେଇଛନ୍ତି ଯେ, ସରକାର ସମ୍ପୂର୍ଣ୍ଣ ସ୍ୱଚ୍ଛତାର ସହିତ ନ୍ୟାୟ ପ୍ରଦାନ କରିବାକୁ ପ୍ରତିଶୃତିବଦ୍ଧ ଏବଂ ଜୁବିନ ଗର୍ଗଙ୍କ ସାଂସ୍କୃତିକ ଐତିହ୍ୟକୁ ସଂରକ୍ଷଣ କରିବା ପାଇଁ ଯଥାସମ୍ଭବ ପ୍ରୟାସ କରାଯିବ ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ