ତିରୁମାଲା, ୨୫ ସେପ୍ଟେମ୍ବର(ହି.ସ.) – ତିରୁମାଲା ପାହାଡ଼ରେ ଥିବା ବାଲାଜୀ ମନ୍ଦିର ଆସୁଥିବା ଶ୍ରଦ୍ଧାଳୁମାନଙ୍କ ପାଇଁ ଅନ୍ୟ ଏକ ଅତ୍ୟାଧୁନିକ ଆବାସ ପରିସରର ଆଜି ଉଦ୍ଘାଟନ ଉପରାଷ୍ଟ୍ରପତି ସିପି ରାଧାକୃଷ୍ଣନ ଏବଂ ଆନ୍ଧ୍ର ପ୍ରଦେଶର ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାୟଡୁଙ୍କ ଦ୍ୱାରା ଉଦ୍ଘାଟନ କରାଯାଇଛି। ଏହି ନବନିର୍ମିତ ବେଂକଟାଦ୍ରି ନିଲୟମ ତୀର୍ଥଯାତ୍ରୀ ଆବାସ ପରିସର(ପିଏସି-୫)ରେ ଶ୍ରଦ୍ଧାଳୁମାନଙ୍କୁ ବିନା ପୂର୍ବ ବୁକିଂରେ ଏହି ଆବାସ ଉପଲବ୍ଧ ହେବ।
ଉପ ରାଷ୍ଟ୍ରପତି ସିପି ରାଧାକୃଷ୍ଣନ ବୁଧବା ମଧ୍ୟରାତ୍ରି ତିରୁମାଲା ପହଂଚିବା ପରେ ମୁଖ୍ୟମନ୍ତ୍ରୀ ନାରା ଚନ୍ଦ୍ରବାବୁ ନାୟଡ଼ୁ, ଇଓ ଅନିଲ କୁମାର ସିଂଘଲ ଏବଂ ଟିଟିଡି ଅଧ୍ୟକ୍ଷ ବିଆର୍ ନାୟଡୁ ତାଙ୍କର ସ୍ୱାଗ କରିଥିଲେ। ପରେ ରାଷ୍ଟ୍ରପତି ବାଲାଜୀଙ୍କ ଦର୍ଶନ କରିଥିଲେ ଏବଂ ଧ୍ୟଜସ୍ତମ୍ଭରେ ଶ୍ରଦ୍ଧାସୁମନ ଅର୍ପିତ କରିଥିଲେ। ସେ ବକୁଳମାତା, ବିମାନ ଭେଂକଟେଶ୍ୱର ସ୍ୱାମୀ, ଭାଷ୍ୟକାରଲା ସନ୍ନିଧି ଏବଂ ଯୋଗ ନରସିହ୍ମା ସ୍ୱାମୀଙ୍କ ଦର୍ଶନ କରିଥିଲେ।
ଗୁରୁବାର ସକାଳେ ଉପ ରାଷ୍ଟ୍ରପତି ସିପି ରାଧାକୃଷ୍ଣନ ଏବଂ ଆନ୍ଧ୍ର ପ୍ରଦେଶର ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାୟଡୁ ନବନିର୍ମିତ ବେଂକଟାଦ୍ରି ନିଳୟମ ତୀର୍ଥଯାତ୍ରୀ ଆବାସ ପରିସର(ପିଏସି-୫)ର ଉଦ୍ଘାଟନ କରିଥିଲେ। ଏହାର ନିର୍ମାଣରେ ୧୦୨ କୋଟି ଟଙ୍କା ଖର୍ଚ୍ଚ ହୋଇଛି। ଏଠାରେ ଗୋଟିଏ ଥରରେ ଚାରିହଜାର ଲୋକଙ୍କୁ ନିଶୁଳ୍କ ରହିବା ସୁବିଧା ଉପଲବ୍ଧ ହେବ।
ହିନ୍ଦୁସ୍ଥାନ ସମାଚାର/ବୀଣାପାଣି
.......................................
ହିନ୍ଦୁସ୍ଥାନ ସମାଚାର / ବୀଣାପାଣି