ନୂଆଦିଲ୍ଲୀ, ୨୫ ସେପ୍ଟେମ୍ବର(ହି.ସ.) – ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଉପହାରରେ ମିଳିଥିବା ଏକ ଖାସ୍ ରୂପା ମୂର୍ତିର ଇ-ନିଲାମୀରେ ଏବେ ପର୍ଯ୍ୟନ୍ତ ୩,୫୧,୦୦୦ଟଙ୍କାରୁ ଅଧିକ ସବୁଠାରୁ ଉଚ୍ଚା ବୋଲି ଲାଗିସାରିଛି। ଏଥିରେ ଭାଗବାନ ଶ୍ରୀରାମ ଠିଆ ମୁଦ୍ରାରେ ରହିଛନ୍ତି ଏବଂ ତାଙ୍କ ଚାରି ପାଖରେ ଭବ୍ୟ ରାମ ମନ୍ଦିର ତିଆରି କରାଯାଇଛି। ଏହି ମୂର୍ତି ଶ୍ରଦ୍ଧା, ସଂସ୍କୃତି ଏବଂ କଳାର ଅଦ୍ଭୁତ ସଂଗମ କୁହାଯାଉଛି।
ଏହି ମୂର୍ତି ପ୍ରଧାନମନ୍ତ୍ରୀ ମୋଦୀଙ୍କୁ କୌଣସି ବିଶେଷ ଅବସରରେ ଭେଟ୍ କରାଯାଇଥିଲା ଏବଂ ଏବେ ଏହା ସଂସ୍କୃତି ମନ୍ତ୍ରାଳୟ ଦ୍ୱାରା ଆୟୋଜିତ ଅନ୍ଲାଇନ୍ ନିଲାମିର ଭାଗ ଅଟେ। ଏହି ନିଲାମୀରେ ମିଳିଥିବା ପୁରା ରାଶି ନମାମି ଗଙ୍ଗେ ମିଶନକୁ ଦିଆଯିବ।
ଏହି ମୂର୍ତିର ନିଲାମୀ ୧୭ ସେପ୍ଟେମ୍ବରକୁ ଆରମ୍ଭ ହୋଇଛି ଏବଂ ଏହାର ଶେଷ ତାରିଖ ଦୁଇ ଅକ୍ଟୋବର ସନ୍ଧ୍ୟା ପାଂଚଟା ପର୍ଯ୍ୟନ୍ତ ରହିଛି। ଏହାର ପ୍ରାରମ୍ଭିକ ମୂଲ୍ୟ ୨,୭୫,୦୦୦ରୁ ଅଧିକ ଥିଲା, ଯେଉଁଥିପାଇଁ ଏବେ ପର୍ଯ୍ୟନ୍ତ ଅଧିକତମ ୩,୫୧,୦୦୦ ଟଙ୍କାର ବୋଲି ଲଗାଯାଇଛି। ଏହି ମୂର୍ତିର ଏବେ ପର୍ଯ୍ୟନ୍ତ ମୋଟ ୮ ବୋଲି ଲଗାଯାଇଛି।
ହିନ୍ଦୁସ୍ଥାନ ସମାଚାର/ବୀଣାପାଣି
......................................
ହିନ୍ଦୁସ୍ଥାନ ସମାଚାର / ବୀଣାପାଣି