ଲେହ 25 ସେପ୍ଟେମ୍ବର (ହି.ସ)-ଲେହ ସହରରେ ଗୁରୁବାର
କର୍ଫ୍ୟୁ ଜାରି ରହିଛି। ଜିଲ୍ଲା ମାଜିଷ୍ଟ୍ରେଟଙ୍କ ଦ୍ୱାରା ଲାଗୁ କରାଯାଇଥିବା କଟକଣାକୁ
କଡ଼ାକଡ଼ି ଲାଗୁ କରାଯାଉଛି।ଯାହା ଫଳରେ ସହରରେ ଶାନ୍ତିପୂର୍ଣ୍ଣ ପରିସ୍ଥିତି ସୃଷ୍ଟି ହୋଇଛି। ଗୋଟିଏ
ଦିନ ପୁର୍ବରୁ ବୁଧବାର ଦିନ ସୁରକ୍ଷା ବାହିନୀ ସହିତ ହୋଇଥିବା ସଂଘର୍ଷରେ ଚାରି ଜଣ
ପ୍ରଦର୍ଶନକାରୀଙ୍କ ମୃତ୍ୟୁ ହୋଇଥିଲା ଏବଂ 40 ଜଣ ଆହତ ହୋଇଥିଲେ। ଏହି ସଂଘର୍ଷରେଅନିୟନ୍ତ୍ରିତ
ଗାଡିରେ ନିଆଁ ଲାଗି ଯାଇଥିଲା,ସ୍ଥାନୀୟ ଭାଜପା କାର୍ଯ୍ୟାଳୟକୁ ପୋଡ଼ି ଦେଇଥିଲେ ଏବଂ ହିଲ୍ କାଉନସିଲ୍ କାର୍ଯ୍ୟାଳୟକୁ
ଆଂଶିକ ଭାବରେ ଭଙ୍ଗାରୁଜା କରିଥିଲେ।କଂଗ୍ରେସ ନେତା ଏବଂ ପାର୍ଷଦ ଫୁଣ୍ଟସୋଙ୍ଗ ଷ୍ଟେନଜିନ ତ୍ସୋପାଗ
ବିରୋଧରେ ମଙ୍ଗଳବାର ଦିନ ଅନଶନ ସ୍ଥଳରେ ଉତ୍ତେଜନାମୂଳକ ଭାଷଣ
ଦେବା ମାମଲା ରେକର୍ଡ କରାଯାଇଛି। ଗୃହ ମନ୍ତ୍ରଣାଳୟ ବୁଧବାର ହିଂସାକୁ ଉସୁକାଇବା ପାଇଁ ଜଳବାୟୁ
କର୍ମୀ ସୋନମ୍ ୱାଙ୍ଗଚୁକ୍ ସମେତ ଅନଶନକାରୀଙ୍କୁ ଦାୟୀ କରିଛି।ବିଜେପି କାର୍ଯ୍ୟାଳୟ, ଲେହ ହିଲ୍
କାଉନସିଲ୍ କାର୍ଯ୍ୟାଳୟ ଏବଂ ସିଆରପିଏଫଜିପ୍ସିକୁ ଏକ ଅନିୟନ୍ତ୍ରିତଭିଡ ନିଆଁ ଲଗାଇ ଦେଇଥିଲେ ଏବଂ ପଥର ମାଡ଼ରେ ଅନେକ ଗାଡ଼ି କ୍ଷତିଗ୍ରସ୍ତ ହୋଇଥିଲା ଯାହା
ପରେ ପୋଲିସ ଏବଂ ଅର୍ଦ୍ଧସାମରିକ ବାହିନୀ କର୍ମଚାରୀମାନେ ଅଶାନ୍ତ ପ୍ରତିବାଦକାରୀଙ୍କୁ ଘଉଡ଼ାଇବା
ପାଇଁ ଲୁହ ବୁହା ଗ୍ୟାସ୍ ସେଲିଂ ଏବଂ ଲାଠିଚାର୍ଜ କରିଥିଲେ।
---------------
ହିନ୍ଦୁସ୍ଥାନ ସମାଚାର / ରଶ୍ମିତା