ପ୍ରଧାନମନ୍ତ୍ରୀ ଆଜି ୟୁପି ଅନ୍ତର୍ଜାତୀୟ ବାଣିଜ୍ୟ ପ୍ରଦର୍ଶନୀର ଉଦଘାଟନ କରିବେ : ଗୌତମବୁଦ୍ଧ ନଗରରେ ପହଂଚିଲେ ମୋଦି, ସ୍ଵାଗତ କଲେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ
ଗୌତମବୁଦ୍ଧ ନଗର, ୨୫ ସେପ୍ଟେମ୍ବର (ହି.ସ.)- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ୟୁପି ଅନ୍ତର୍ଜାତୀୟ ବାଣିଜ୍ୟ ପ୍ରଦର୍ଶନୀର ଉଦଘାଟନ କରିବେ । ଏନେଇ ପ୍ରଧାନମନ୍ତ୍ରୀ ଆଜି ସକାଳେ ବାୟୁସେନାର ସ୍ୱତନ୍ତ୍ର ବିମାନ ଯୋଗେ ଗୌତମବୁଦ୍ଧ ନଗରରେ ପହଂଚିବା ପରେ ଉତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ତା
ଉତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସ୍ୱାଗତ କରୁଛନ୍ତି


ଗୌତମବୁଦ୍ଧ ନଗର, ୨୫ ସେପ୍ଟେମ୍ବର (ହି.ସ.)- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ୟୁପି ଅନ୍ତର୍ଜାତୀୟ ବାଣିଜ୍ୟ ପ୍ରଦର୍ଶନୀର ଉଦଘାଟନ କରିବେ । ଏନେଇ ପ୍ରଧାନମନ୍ତ୍ରୀ ଆଜି ସକାଳେ ବାୟୁସେନାର ସ୍ୱତନ୍ତ୍ର ବିମାନ ଯୋଗେ ଗୌତମବୁଦ୍ଧ ନଗରରେ ପହଂଚିବା ପରେ ଉତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ତାଙ୍କୁ ସ୍ୱାଗତ କରିଛନ୍ତି । ଯୋଗୀ ଆଦିତ୍ୟନାଥ ଏନେଇ ତାଙ୍କ ଟ୍ୱିଟର ପେଜ୍ ରେ ପ୍ରଧାନମନ୍ତ୍ରୀଙ୍କୁ ସ୍ୱାଗତ କରୁଥିବାର ଫଟୋ ପୋଷ୍ଟ କରିଛନ୍ତି । ଯେଉଁଥିରେ ସେ ଲେଖିଛନ୍ତି ଯେ, ଶିଳ୍ପ, ବାଣିଜ୍ୟ, ନିବେଶ ଏବଂ ନବସୃଜନର ଭୂମି ଗୌତମବୁଦ୍ଧ ନଗରରେ ବିଶ୍ୱର ସବୁଠାରୁ ଲୋକପ୍ରିୟ ରାଜନେତା ଏବଂ 'ନୂତନ ଭାରତ'ର ସ୍ଥପତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ହାର୍ଦ୍ଦିକ ସ୍ୱାଗତ ଏବଂ ଅଭିନନ୍ଦନ ।

ଅନ୍ୟପକ୍ଷରେ ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି ସେଠାରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ଏହି ସମୟରେ ସମ୍ପୂର୍ଣ୍ଣ ଏକ୍ସପୋ ମାର୍ଟ ପରିସରକୁ ଏସପିଜି ନିଜ ସୁରକ୍ଷା ବଳୟରେ ରଖିଛି । ପ୍ରଧାନମନ୍ତ୍ରୀଙ୍କ ଆଗମନ ଠାରୁ ତାଙ୍କ ପ୍ରସ୍ଥାନ ପର୍ଯ୍ୟନ୍ତ, ଏସପିଜି ସମଗ୍ର ପରିସର ଏବଂ ଏହାର ଆଖପାଖ ଅଂଚଳରେ ସୁରକ୍ଷାକୁ ଦୃଷ୍ଟିରେ ରଖି ସକ୍ରିୟ ରହିଛି ।

ଏଠାରେ ଉଲ୍ଲେଖଯୋଗ୍ୟ, ଆଜି ଠାରୁ ଆସନ୍ତା ୨୯ ତାରିଖ ପର୍ଯ୍ୟନ୍ତ ଗୌତମ ବୁଦ୍ଧ ନଗରର ଏକ୍ସପୋ ମାର୍ଟ ଏବଂ ସେଂଟରରେ ୟୁପି ଅନ୍ତର୍ଜାତୀୟ ବାଣିଜ୍ୟ ପ୍ରଦର୍ଶନୀ (ୟୁପିଆଇଟିଏସ) ଅନୁଷ୍ଠିତ ହେବାକୁ ଯାଉଛି ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande