ବେଆଇନ ବାଣ ଗୋଦାମ ଉପରେ ଚଢ଼ଉ
ମୁଖୀଗୁଡା, ୨୫ ସେପ୍ଟେମ୍ବର (ହି.ସ.)- କଳାହାଣ୍ଡି ଏସପିଙ୍କ ନିର୍ଦ୍ଦେଶ କ୍ରମେ ଜୟପାଟଣା ଥାନା ପୋଲିସ ଆଜି ସକାଳୁ ଜୟପାଟଣାର ବଜରଙ୍ଗ ଅଗ୍ରୱାଲଙ୍କ ଘରେ ଚଢ଼ଉ କରି ସେଠାରେ ବେଆଇନ ଭାବେ ରଖାଯାଇଥିବା ବିପୁଳ ପରିମାଣର ବାଣ ଠାବ କରିଛି। କିଛି ଦିନ ପୂର୍ବେ ବୌଦ୍ଧରେ ବାଣ ବିସ୍ଫୋରଣ ସାରା ରାଜ୍ୟରେ ଚହଳ
ବାଣ


108ଆମ୍ବୁଲାନ୍ସ


ମୁଖୀଗୁଡା, ୨୫ ସେପ୍ଟେମ୍ବର (ହି.ସ.)- କଳାହାଣ୍ଡି ଏସପିଙ୍କ ନିର୍ଦ୍ଦେଶ କ୍ରମେ ଜୟପାଟଣା ଥାନା ପୋଲିସ ଆଜି ସକାଳୁ ଜୟପାଟଣାର ବଜରଙ୍ଗ ଅଗ୍ରୱାଲଙ୍କ ଘରେ ଚଢ଼ଉ କରି ସେଠାରେ ବେଆଇନ ଭାବେ ରଖାଯାଇଥିବା ବିପୁଳ ପରିମାଣର ବାଣ ଠାବ କରିଛି। କିଛି ଦିନ ପୂର୍ବେ ବୌଦ୍ଧରେ ବାଣ ବିସ୍ଫୋରଣ ସାରା ରାଜ୍ୟରେ ଚହଳ ପକାଇଥିଲା। ଯାହାକୁ ନେଇ ଲୋକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ବର୍ତମାନ କଳାହାଣ୍ଡିରେ ଅନେକ ସ୍ଥାନରେ ଚଢ଼ଉ ଜାରି ରହିଥିବା ବେଳେ ଜୟପାଟଣାର ବଜରଙ୍ଗ ଅଗ୍ରୱାଲଙ୍କ ଘରେ ବିପୁଳ ପରିମାଣର ବାଣ ଜବତ କରାଯାଇଛି। ବର୍ତ୍ତମାନ ପାର୍ବଣ ଋତୁ ଆରମ୍ଭ ହୋଇଥିବା ବେଳେ ବେଆଇନ ବାଣ ବିକ୍ରି ଗୋଦାମ ଉପରେ ଚଢ଼ଉ କରାଯାଉଛି। କେଉଁଠାରୁ ଏସବୁ ବାଣ ଆସିଥିଲା ଓ ଏହାର କାଗଜପତ୍ର ଯାଞ୍ଚ କରାଯାଉଛି। ଏ ସମ୍ପର୍କରେ ଅଧିକ ତଦନ୍ତ ଚାଲିଛି | ଚଢ଼ଉ ଜାରି ରହିଥିବାରୁ ଏନେଇ ସବିଶେଷ ତଥ୍ୟ ମିଳିପାରି ନାହିଁ।

ହିନ୍ଦୁସ୍ଥାନ ସମାଚାର / ନିହାର


 rajesh pande