ସ୍ବାମୀ ଚିଦାନନ୍ଦଙ୍କ ଜୟନ୍ତୀରେ ସ୍ବାସ୍ଥ୍ୟ ଶିବିର
ଗଂଜାମ, 25 ସେପ୍ଟେମ୍ବର (ହି.ସ.) ବ୍ରହ୍ମପୁର ହରିହର ନଗର ସ୍ଥିତ ହରିହର ଭେଟ ମନ୍ଦିର ପ୍ରାଙ୍ଗଣରେ ସ୍ଵାମୀ ଚିଦାନନ୍ଦଙ୍କ ଜନ୍ମ ଦିବସ ଅବସରରେ ହାଇପର୍ ଏସିଡିଟି ସଚେତନତା ଓ ମାଗଣା ସ୍ବାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି l ବରିଷ୍ଠ ଡାକ୍ତର ନକୁଳ ସାହୁ କହିଲେ ବାହାରର ରାଗ, ଖଟା, ପୋଡ଼ା ତେଲ ଛଣା ଖ
ସ୍ବାମୀ ଚିଦାନନ୍ଦ ଙ୍କ ଜୟନ୍ତୀ ରେ ସ୍ବାସ୍ଥ୍ୟ ଶିବିର


ଗଂଜାମ, 25 ସେପ୍ଟେମ୍ବର (ହି.ସ.)

ବ୍ରହ୍ମପୁର ହରିହର ନଗର ସ୍ଥିତ ହରିହର ଭେଟ ମନ୍ଦିର ପ୍ରାଙ୍ଗଣରେ ସ୍ଵାମୀ ଚିଦାନନ୍ଦଙ୍କ ଜନ୍ମ ଦିବସ ଅବସରରେ ହାଇପର୍ ଏସିଡିଟି ସଚେତନତା ଓ ମାଗଣା ସ୍ବାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି l ବରିଷ୍ଠ ଡାକ୍ତର ନକୁଳ ସାହୁ କହିଲେ ବାହାରର ରାଗ, ଖଟା, ପୋଡ଼ା ତେଲ ଛଣା ଖାଦ୍ୟ ଖାଇବା, ବିଳମ୍ବିତ ରାତ୍ର ଯାଏଁ ଅନିଦ୍ରା, ଖରାରେ ଅଧିକ କାମ କରିବା ଓ ଯେଉଁ ବ୍ଯକ୍ତିର ତୀକ୍ଷ୍ଣ ଅଗ୍ନି, କ୍ଲେଦକ କଫ କ୍ଷୀଣ ସେହିମାନଙ୍କ ଆମାଶୟ ଓ ଉଦରରେ ଅମ୍ଳ ସଞ୍ଚୟ ହୋଇ ଶୋଥ ଜାତ ହୁଏ। ଶୂଳ, ବକ୍ଷ ଜ୍ଵଳନ, ଅମ୍ଳ ହାକୁଟି, ଭ୍ରମ ଓ ଏଲର୍ଜି ଲକ୍ଷଣ ଦେଖାଯାଏ। କାରଣ ସବୁକୁ ଛାଡି ଜୀରା, ଧନିଆ, ମେଥି, ପାନମଧୁରୀ, ଜୁଆଣି ପ୍ରତ୍ୟେକରୁ ତିନି ଗ୍ରାମ ଲେଖାଏଁ ପାଣିରେ ରାତ୍ର ବତୁରାଇ ସକାଳୁ ବତୁରା ପାଣି ସହ ଚୋବାଇ ଖାଇଲେ ଭଲ ହୋଇଯାଏ।

ଏହି ଅବସରରେ ଶତାଧିକ ରୋଗୀଙ୍କ ନାଡୀ,ରକ୍ତଚାପ, ରକ୍ତ ଶର୍କରା, ଗଣ୍ଠିବାତ,ସ୍ନାୟୁ ରୋଗ ଅମ୍ଳପିତ୍ତ,ସ୍ତ୍ରୀରୋଗ ଆଦି ବିଭିନ୍ନ ରୋଗର ପରୀକ୍ଷା କରି ଚିକିତ୍ସା ପରାମର୍ଶ ଓ ଔଷଧ ଦିଆଯାଇଥିଲା। ଶ୍ରୀ ରତିନ୍ଦ୍ର ପ୍ରସାଦ ସାହୁ ଏକ୍ୟୁ ପ୍ରେସର ଚିକିତ୍ସା କରିଥିଲେ।ଶିବିରର ପ୍ରାୟୋଜକ ଥିଲେ ଶ୍ରୀ ଧନ୍ଵନ୍ତରି ହର୍ବଲର ପ୍ରତିନିଧି ଶ୍ରୀ ଉଗ୍ରସେନ ସେଠି। ଶିବିର ପରିଚାଳନାରେ ହରିହର ଭେଟ ମନ୍ଦିର ସେବା ସମିତି, ଡି. ଶ୍ରୀନିବାସ, ବାଳକୃଷ୍ଣ ପାତ୍ର, ସୁଵାସିନୀ ପାଣିଗ୍ରାହୀ ପ୍ରମୁଖ।

ହିନ୍ଦୁସ୍ଥାନସମାଚାର/ହୃଷୀକେଶ

---------------

ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ


 rajesh pande