ଅଳିଆରୁ ପ୍ରସ୍ତୁତ ହେବ ଏନଏର୍ଜି  ଆଉ  କୋଇଲା
ଭୁବନେଶ୍ୱର, 25 ସେପ୍ଟେମ୍ବର (ହି.ସ.)- ଅଳିଆରୁ ପ୍ରସ୍ତୁତ ହେବ ଏନଏର୍ଜି ଆଉ କୋଇଲା। ଏହି ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ରାଜ୍ୟ ସରକାରଙ୍କ ଗୃହ ଏବଂ ନଗର ଉନ୍ନୟନ ବିଭାଗ କାର୍ଯ୍ୟ କରୁଥିବା ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ବିଏମ୍ସି ପକ୍ଷରୁ ପ
ଅଳିଆରୁ ପ୍ରସ୍ତୁତ ହେବ     ଏନଏର୍ଜି  ଆଉ  କୋଇଲା


ଭୁବନେଶ୍ୱର, 25 ସେପ୍ଟେମ୍ବର (ହି.ସ.)- ଅଳିଆରୁ

ପ୍ରସ୍ତୁତ ହେବ ଏନଏର୍ଜି ଆଉ କୋଇଲା। ଏହି ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ

ଚରଣ ମାଝୀ। ରାଜ୍ୟ ସରକାରଙ୍କ ଗୃହ ଏବଂ ନଗର

ଉନ୍ନୟନ ବିଭାଗ କାର୍ଯ୍ୟ କରୁଥିବା ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ବିଏମ୍ସି ପକ୍ଷରୁ ପୁରୁଣା

ଭୁବନେଶ୍ୱରରେ ଆୟୋଜିତ ସ୍ୱଚ୍ଛତା ହିଁ ସେବା କାର୍ଯ୍ୟକ୍ରମରେ ଯୋଗ ଦେଇ ଏଭଳି ସୂଚନା ଦେଇଛନ୍ତି

ମୁଖ୍ୟମନ୍ତ୍ରୀ। ଏହାସହ ସ୍ୱଚ୍ଛ ସର୍ବେକ୍ଷଣରେ ଭୁବନେଶ୍ୱରକୁ କିଭଳି ଏକ ନମ୍ବର ମାନ୍ୟତା ମିଳିବ

ସେ ଦିଗରେ ଭୁବନେଶ୍ୱର ମହାନଗର ନିଗମ ଆହୁରି ତତ୍ପର ହୋଇ କାମ କରିବାର ଆବଶ୍ୟକତା ଥିବା ସୂଚନା

ଦେଇଛନ୍ତି। ଭୁବନେଶ୍ୱର କର୍ପୋରେସନ ଅଞ୍ଚଳରୁ ପ୍ରତିଦିନ 800ଟନ ଅଳିଆ ବାହାରୁଚି। ଯେଉଁଥିରେ 400 ଟନ ଓଦା ଏବଂ 390 ଟନ ପାଖାପାଖି ଶୁଖିଲା

ଅଳିଆ ବାହାରୁଚି। ଯାହାକୁ ବିଭିନ୍ନ ପଦ୍ଧତିରେ

ଡି ସେଣ୍ଟ୍ରାଲାଇଜଡ କରିବା ପାଇଁ ସ୍ୱତନ୍ତ୍ର ଭାବେ SHG ମା ମାନଙ୍କୁ ଟ୍ରେଂନିଙ୍ଗ ଦିଆଯାଇଛି। ମାତ୍ର ଅନେକ ସମୟରେ ଭୁବନେଶ୍ୱରରେ ଏହାକୁ ନେଇ ବିରୋଧ

ଭାଷା ମଧ୍ୟ ଦେଖିବାକୁ ମିଳୁଛି। ତେବେ ସହର ବୃଦ୍ଧି ସାଙ୍ଗକୁ ଅଳିଆ ସମସ୍ୟା ମଧ୍ୟ ବଢୁଛି।

ଯାହାକୁ ନଜରରେ ରଖି ଭୁବନେଶ୍ୱର ମହାନଗର ନିଗମ ୱଷ୍ଟେ ଟୁ ଏନଏରଜି ପ୍ଲାଣ୍ଟ, ବାୟୋଗ୍ୟାସ

କମ୍ପୋଷ୍ଟିଙ୍ଗ ପ୍ଲାଣ୍ଟ, ଏବଂ ୱଷ୍ଟେ ଟୁ

ବ୍ରିକେଟ ବା ଚାରକୋଲ ପ୍ଲାଣ୍ଟ ନିର୍ମାଣ ପାଇଁ ଚିନ୍ତା କରୁଛି। ବାୟୋଗ୍ୟାସ କମ୍ପୋଷ୍ଟିଙ୍ଗ

ପ୍ଲାଣ୍ଟ ପାଇଁ ଭୁବନେଶ୍ୱର ମହାନଗର ନିଗମ ଟେଣ୍ଡେର କରି ସାରିଥିବା ବେଳେ ୱଷ୍ଟେ ଟୁ ବ୍ରିକେଟ ବା

ଚାରକୋଲ ପ୍ଲାଣ୍ଟ ପାଇଁ ଆମେ ପ୍ରସ୍ତୁତ ହେଉଛୁ।

ଏନେଇ ଆମର ଗୋଟିଏ ପ୍ରିଲିମିନାରୀ

ଆଲୋଚନା ସରିଛି। ଜାଗା ମଧ୍ୟ ଚିହ୍ନଟ ସରିଛି।

ପଳାଶୁଣୀରେ ଏହି ପ୍ଲାଣ୍ଟ ନିର୍ମାଣ ହେବ ତେବେ ଆର୍ଥିକ ଦିଗରୁ କିଛି ସମସ୍ୟା ଅଛି ।

ତାର ସମାଧାନ ହୋଇ ସରିଲେ ଆମେ କାମ ଆଗକୁ ବଢ଼େଇବୁ। ନିଷ୍ପତି ହେବାର 6ମାସ ମଧ୍ୟରେ ପ୍ଲାଣ୍ଟ କାମ

ସାରିବାକୁ ଆମର ଲକ୍ଷ୍ୟ ଅଛି। ତେବେ ୱଷ୍ଟେ ଟୁ ଏନର୍ଜି ପ୍ଲାଣ୍ଟ ଏକ ଇଣ୍ଡଷ୍ଟ୍ରି

। ଯାହାକୁ ନେଇ କିଛି କନସଲଟାଣ୍ଟ ଏବଂ

ଏକ୍ସପର୍ଟମାନଙ୍କ ସହ ଆଲୋଚନା ଚାଲିଛି ।

ଭୁବନେଶ୍ୱର, କଟକ, ପୁରୀ, ଜଟଣୀ ଭଳି ପ୍ରମୁଖ ମୁନିସିପାଲିଟିରୁ ବାହାରୁ ଥିବା ସମସ୍ତ ଅଳିଆକୁ ଗୋଟିଏ ଜାଗାରେ ପ୍ରୋସେସ କରିବାର ଯୋଜନା ରହିଛି।

ବର୍ତମାନ ଡିପିଆର କାମ ଜାରି ରହିଛି। ଆଗାମୀ

ଦିନରେ ଡିପିଆର ଆସିଲେ ଆମେ ସ୍ପଷ୍ଟ କହିପାରିବୁ।

ପ୍ରାୟ ଏକ ହଜାର କି ଦୁଇ ହଜାର ଟନ ଅଳିଆରୁ 25 ମେଗା୍ୱେଟ ଏନଏରଜି ମିଳିବ । କେବଳ ସେତିକି ନୁହେଁ ଆଗାମୀ ଦିନରେ ବିଭିନ୍ନ କର୍ପୋରେସନ କିମ୍ବା

ମୁନିସିପାଲିଟି ଯେଉଁ ଅଞ୍ଚଳ ଗୁଡିକରେ ପଞ୍ଚାୟତରେ ଅଛି ଏବଂ ପରବର୍ତୀ ସମୟରେ ମୁନିସିପାଲିଟିରେ

ମିଶିବା ସେ ଅଞ୍ଚଳରେ ଅଳିଆକୁ ମଧ୍ୟ ବ୍ୟବହାର କରିବାକୁ ଯୋଜନା ରଖିଛନ୍ତି ରାଜ୍ୟ ସରକାର।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande